ସ୍ଫୁଟନିକ-ଭି ଉତ୍ପାଦନ କରିବ ସେରମ!
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସ୍ଥାନରେ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସେରମ ସ୍ଫୁଟନିକ-ଭି ଉପôାଦନ କରିପାରେ । କାରଣ ସେରମ ଇନଷ୍ଟିଚୁ୍ୟଟ ସ୍ଫୁଟନିକ-ଭି ଟିକା ଉପôାଦନ ପାଇଁ ଅନୁମତି ମାଗିଛି । ସ୍ଫୁଟନିକ-ଭି ଟିକା ଉପôାଦନ ପାଇଁ ସେରମ ଡିଜିସିଆଇର ଅନୁମତି ମାଗିଥିବା ନେଇ ସୂଚନା ମିଳିଛି । ପ୍ରକାଶ ଯେ, ଡା.ରେଡ୍ଡୀ ଲ୍ୟାବ ଭାରତରେ ସ୍ଫୁଟନିକ-ଭି ଉପôାଦନ ଦାୟିତ୍ୱ ନେଇଛି ।
Powered by Froala Editor