ବଗିଚାରୁ ନବଜାତ ଶିଶୁ ଉଦ୍ଧାର
କେମିତି ହାତ ଗଲା । ଜନ୍ମ କଲା ନବଜାତକୁ ମାଟି ତଳେ ପୋତିଦେବାକୁ । କିନ୍ତୁ ମଣିଷ ଏତେ ତଳକୁ ଖସିଗଲାଣି ଯେ, ଏମିତି ବି ନିକୃଷ୍ଟ କାମ କରିବାକୁ ପଛାଉନାହିଁ । ଉତ୍ତରପ୍ରଦେଶ କାନପୁରରୁ ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।
କାନପୁର ଦେହାତ ସୁସାନଗର ଥାନା ଅଧୀନରେ ଥିବା ପୁଲନ୍ଦର ଗ୍ରାମ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ବଗିଚାରୁ ଜୀବିତ ଅବସ୍ଥାରେ ନବଜାତ ଶିଶୁ ଉଦ୍ଧାର ହୋଇଛି। ପୁଲନ୍ଦର ଗ୍ରାମରେ ବସବାସ କରୁଥିବା ରାଜେଶଙ୍କ ସ୍ତ୍ରୀ ନିଲମଙ୍କ କହିବାନୁସାରେ, କିଛି ଛୋଟ ପିଲା ଘର ପାଖକୁ ଲାଗିଥିବା ବଗିଚାରେ ଖେଳୁଥିଲେ। ଏହି ସମୟରେ ନବଜାତର କାନ୍ଦସ୍ବର ଶୁଣିବାକୁ ମିଳିଥିଲା। ସେମାନେ ଖୋଜାଖୋଜି କରିବା ପରେ ନବଜାତର ହାତ ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀ ଅନେକ ଚେଷ୍ଟା କରିବା ପରେ ମାଟି ତଳୁ ନବଜାତକୁ ଉଦ୍ଧାର କରାଯାଇଥିଲେ। ଉଦ୍ଧାର ପରେ ନବଜାତକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ନବଜାତ ସୁସ୍ଥ ଥିବା ଡାକ୍ତର କହିଛନ୍ତି।
ନିଲମ କହିଛନ୍ତି, ଭଗବାନଙ୍କୁ ଧନ୍ୟବାଦ ମୋତେ ଏହି ପୁତ୍ର ସନ୍ତାନ ଦେଇଥିବାରୁ। କାରଣ ମୋର ପୂର୍ବରୁ ତିନିଜଣ କନ୍ୟା ସନ୍ତାନ ରହିଛନ୍ତି। ମୁଁ ଏହି ପୁତ୍ର ସନ୍ତାନକୁ ପାଳିବାକୁ ଇଚ୍ଛା ରଖିଛି।
Powered by Froala Editor