୧୦ ହଜାର ଫୁଟ ଉଚ୍ଚରେ ଜି-୨୦ ପତାକା ଉଡ଼ାଇଲେ ଉଇଙ୍ଗ କମାଣ୍ଡର
ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ରେ ଆରମ୍ଭ ହୋଇଛି ‘ଜି୨୦’ ଶିଖର ସମ୍ମିଳନୀ । ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଉପରେ ବିଶ୍ବର ନଜର ରହିଛି। ଏହି କ୍ରମରେ ଭାରତୀୟ ବାୟୁ ସେନାର ଉଇଙ୍ଗ କମାଣ୍ଡର ଗଜେନ୍ଦ୍ର ୧୦,୦୦୦ଫୁଟ ଉଚ୍ଚକୁ ଯାଇ ଏହାର ପତାକା ଉଡ଼ାଇଥିଲେ। ଯାହାର ଏକ ଭିଡିଓକୁ ଭାରତୀୟ ବାୟୁସେନାର ଅଧିକାରୀ ଏକ୍ସ (ଟୁଇଟର)ରେ ସେୟାର କରାଯାଇଛି।
ଏହି ଜି-୨୦ ସମ୍ମିଳନୀରେ ଆମେରିକା,ବ୍ରିଟେନ, କାନାଡା,ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ୨୦ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବେ ଅନ୍ୟ ବହୁ ଦେଶର ନେତା ଯୋଗ ଦେଇଛନ୍ତି। ଶିଖର ସମ୍ମିଳନୀରେ ବିଶ୍ବର ଅର୍ଥବ୍ୟବସ୍ଥା, ଜଳବାୟୁ ପରିବର୍ତ୍ତନ ଓ ସୁରକ୍ଷା ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର ଆଶା ରଖାଯାଇଛି।
Powered by Froala Editor