‘ୱି ଷ୍ଟାଣ୍ଡ ଫର ପାଣ୍ଡିଆନ ସାର’ ଲେଖାଯାଇଥିବା ପୋଷ୍ଟରକୁ ଏବିଭିପିର ବିରୋଧ

ଭୁବନେଶ୍ୱର: ଗତ କିଛି ମାସ ହେଲା ରାଜ୍ୟରେ ୫-ଟି ସଚିବଙ୍କୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସହ ଶାସକ ବିଜେଡିର କଥା କଟାକଟି ଜୋରସୋରରେ ଚାଲିଛି । ପ୍ରସଙ୍ଗ କେବଳ ଗୋଟିଏ । ତାହ ହେଲା ୫-ଟି ସଚିବ । ତେବେ ଏହି ପ୍ରସଙ୍ଗ ଏବେ ଶିକ୍ଷାନୁଷ୍ଠାନକୁ ବ୍ୟାପିଛି । କାରଣ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏବେ ୫-ଟି ସଚିବଙ୍କ ପୋଷ୍ଟର ଲଗାଯାଇଛି । କ୍ୟାମ୍ପସରେ ବିଜୁ ଛାତ୍ର ଜନତା ଦଳ ନାଁ ଥିବା ପୋଷ୍ଟର ଲଗାଯାଇଛି । ଉକ୍ତ ପୋଷ୍ଟରରେ ‘ୱି ଷ୍ଟାଣ୍ଡ ଫର ପାଣ୍ଡିଆନ ସାର’ ଲେଖାଯାଇଥିବା ଦେଖିବାକୁ ମିଳିଛି ।
ତେବେ ଏହାକୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଛି । ବିରୋଧ କରି ଏବିଭିପି ପକ୍ଷରୁ ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ଲଗାଯାଇଛି । ୫-ଟି ସଚିବଙ୍କ ପୋଷ୍ଟର ନିକଟରେ ହିଁ ଏବିଭିପି ମହାପୁରୁଷଙ୍କ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।
Powered by Froala Editor