୩୦ କୋଟି ଟିକା ଦେବ ଏହି କମ୍ପାନୀ
ନୂଆଦିଲ୍ଲୀ : ଭାରତ ସରକାର ବାୟୋଲୋଜିକାଲ-ଇ କମ୍ପାନୀକୁ ୩୦ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିଛନ୍ତି । ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟିକା ପାଇଁ ସରକାର ଏହି ଅଗ୍ରୀମ ରାଶି ପ୍ରଦାନ କରିଛନ୍ତି । କମ୍ପାନୀ ଠାରୁ ସରକାର ୩୦ କୋଟି ଡୋଜ ଟିକା କିଣିବେ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କମ୍ପାନୀ ୩୦ କୋଟି ଡୋଜ ଟିକା ଦେବ । ବାୟୋଲୋଜିକାଲ ଇ-କମ୍ପାନୀ ଆରବିଡ଼ି ପ୍ରୋଟିନ ସବ ୟୂନିଟ ଟିକା ପ୍ରସ୍ତୁତ କରୁଛି । ଯେଉଁଥିରେ କୋଭିଡ଼ର ଆରବିଡ଼ିର ଆଂଟିଜେନ ଭାବେ ବ୍ୟବହାର କରାଯାଇପାରିବ । ଟିକାର କ୍ଷମତା ବୃଦ୍ଧି ପାଇଁ ଏଥିରେ ସିପିଜି ୧୦୧୮ ମିଶାଯାଇଛି । ଏହି ଟିକା ମଧ୍ୟ ଦୁଇ ଡୋଜ ନିଆଯିବ । ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ ।
ପ୍ରଥମ ଓ ଦ୍ୱିତୀୟ ଟିକା ପରୀକ୍ଷଣ ସଫଳ ହୋଇଥିବାବେଳେ ଏବେ ତୃତୀୟ ପରୀକ୍ଷଣ ଚାଲିଛି । ଅନ୍ୟ ଟିକା ଭଳି ଏହା ବି ବେଶ ଫଳପ୍ରଦ ହେବବୋଲି ଆଶା କରାଯାଉଛି ।
Powered by Froala Editor