ସମସ୍ତଙ୍କୁ ‘ୟାର୍’ ଡାକୁଛି ବୋହୂ, ଥାନାକୁ ଗଲା ଶାଶୂ
ମାତ୍ର ୫ ମାସ ହୋଇଛି ବାହାଘର । କିନ୍ତୁ ବୋହୂର ହରକତରେ ଅତିଷ୍ଠ ହୋଇ ଶାଶୂ ଥାନାରେ ଏତଲା ଦେଇଛନ୍ତି । ବୋହୂ କାହାକୁ ପିଟୁନି କି ମାରୁନି । କିନ୍ତୁ ସମସ୍ତଙ୍କୁ ‘ୟାର୍’ କହି ସମ୍ବୋଧନ କରୁଛି । ଏପରିକି ଘର ସାରା ଗୁଟ୍ଖା ଖାଇ ଛେପ ପକାଉଛି । ବୋହୂକୁ କହି କହି ନଶୁଣିବାରୁ ଶାଶୂ ଥାନାରେ ମାମଲା ରୁଜୁ କରିଛି । ଏପରି ମାମଲା ଆଗ୍ରା ପୁଲିସ ଷ୍ଟେସନରେ ରୁଜୁ ରହିଛି ।
ଶାଶୂର ଅଭିଯୋଗ ଅନୁସାରେ, ପୁଅର ୫ ମାସ ପୂର୍ବରୁ ବାହାଘର ହୋଇଥିଲା । ପୂତ୍ରବଧୂ ଶାଶୂ ଘରକୁ ଆସିବା ପରେ ସମସ୍ତଙ୍କୁ ୟାର ବୋଲି କହି ଡାକୁଛି । ମୋତେ ବି ‘ୟାର ମମି’ କହୁଛି । ସେ ସମୁବେଳେ ଗୁଟଖା ଖାଉଛି ଏବଂ ଘର ସାରା ଛାପ ପକାଉଛି । ଶାଶୂ ପୋଲିସକୁ କହିଲେ ଯେ, ଆପଣ ଦୟାକରି ମୋ ବୋହୂକୁ ବୁଝାନ୍ତୁ । କାହାକୁ ୟାର କରି କଥା ନହେଉ ଏବଂ ଗୁଟଖା ଖାଇ ଇଆଡେ ସିଆଡେ ନ ପକାଉ ।
ଏହାକୁ ନେଇ ବୋହୂ କହିଛନ୍ତି ଯେ, ମୁଁ ମୋ ବ୍ୟବହାରରେ ପରିବର୍ତ୍ତନ ଆଣିବି । କିନ୍ତୁ ଗୁଟଖା ଛାଡ଼ି ପାରିବି ନାହିଁ ।
Powered by Froala Editor