୬୮ ବର୍ଷରେ ତୃତୀୟ ବିବାହ କଲେ ହରିଶ ସାଲଭେ
ଭାରତର ପୂର୍ବତନ ସଲିସିଟର ଜେନେରାଲ୍ ହରିଶ ସାଲଭେ 68 ବର୍ଷ ବୟସରେ ତୃତୀୟ ବିବାହ କରିଛନ୍ତି । ଗତକାଲି ଲଣ୍ଡନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ତ୍ରିନାଙ୍କୁ ବିବାହ କରିଛନ୍ତି ହରିଶ। ସାଲଭେଙ୍କ ବିବାହରେ ନୀତା ଅମ୍ବାନୀ, ଲଲିତ ମୋଦୀ, ସୁନୀଲ ମିତ୍ତଲ, ଏଲ ଏନ୍ ମିତ୍ତଲ, ଗୋପୀ ହିନ୍ଦୁଜା ଓ ଉଜ୍ଜ୍ୱଳା ରାଉତଙ୍କ ଭଳି ବହୁ ନାମୀଦାମୀ ଅତିଥି ଉପସ୍ଥିତ ରହି ଶୁଭକାମନା ଜଣାଇଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ଦୁଇ ଦୁଇ ଥର ବିବାହ କରିସାରିଛନ୍ତି ସାଲଭେ। ସେ ପ୍ରଥମେ ମୀନାକ୍ଷୀ ସାଲଭେଙ୍କୁ ବିବାହ କରିଥିଲେ। ସେମାନଙ୍କର ସାକ୍ଷି ଓ ସାନିଆ ନାମକ ଦୁଇ ଝିଅ ମଧ୍ୟ ଅଛନ୍ତି। କିନ୍ତୁ ବିବାହର 38 ବର୍ଷ ପରେ 2020ରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ଏହାପରେ ସେ 2020ରେ କାରୋଲାଇନ୍ ବ୍ରୋସର୍ଡଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ପୁଣି ତ୍ରିନାଙ୍କୁ ତୃତୀୟ ବିବାହ କରିଛନ୍ତି ସାଲଭେ। ତ୍ରିନା ବ୍ରିଟିସ ଭାରତୀୟ ବଂଶୋଦ୍ଭବ।
ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଓ ଟାଟା ଭଳି ଶିଳ୍ପଗୋଷ୍ଠୀର ସାଲଭେ ହେଉଛନ୍ତି ଓକିଲ।ସେ ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି। ପାକିସ୍ତାନରେ ଗୃହବନ୍ଦୀ ଥିବା କୂଳଭୂଷଣ ଯାଦବଙ୍କ ମାମଲାଠାରୁ ଆରମ୍ଭ କରି ସଲମାନ ଖାନଙ୍କ ହିଟ୍ ଆଣ୍ଡ୍ ରନ୍ ମାମଲାରେ ବିଜୟ ଲାଭ କରି ସେ ନିଜର ବିଚକ୍ଷଣତା ପ୍ରଦର୍ଶନ କରିଛନ୍ତି।
Powered by Froala Editor