ରାଗିଂରେ ଗୁରୁତର ଦଶମ ଛାତ୍ର, ଦେହସାରା କ୍ଷତ
ଜଣେ ଦଶମ ଶ୍ରେଣୀ ଛାତ୍ର ରାଗିଂର ଶିକାର ହୋଇ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦେହସାରା କ୍ଷତ ଚିହ୍ନ ଥିବାବେଳେ ପିଲାଟି ମୃତ୍ୟୁ ସହ ସଂଗ୍ରମ କରୁଛି । ଏ ଘଟଣା ମେଘାଳୟର । ଏନେଇ ସ୍କୁଲ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ସମ୍ପୃକ୍ତ ୫ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରୁ ବିଦା କରି ଦିଆଯାଇଛି। ଏହି ଘଟଣାରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ମେଘାଳୟର ୱିଲିୟମନଗରସ୍ଥିତ ଜବାହର ନବୋଦୟ ସ୍କୁଲରେ ଏପରି ଜଘନ୍ୟ କାଣ୍ଡ ଘଟିଛି। ସ୍କୁଲ ପ୍ରିନ୍ସିପାଲଙ୍କ ସୂଚନା ଅନୁଯାୟୀ, ଗତ ୩୧ ତାରିଖ ରାତିରେ ରାଗିଂର ଶିକାର ହୋଇଥିବା ଦଶମ ଶ୍ରେଣୀ ଛାତ୍ର ନିଜ ସାଙ୍ଗ ସହ ମୋ’ ନିକଟକୁ ଆସିଥିବା ବେଳେ ତା’ ଅବସ୍ଥା ଗୁରୁତର ଥିଲା। ତା’ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାକୁ ତୁରା ସିଭିଲ ହସ୍ପିଟାଲରେ ଆଡମିଟ କରିଛନ୍ତି।
Powered by Froala Editor