ବିଲ୍ଡିଂ ଭୁଶୁଡ଼ି ୨ମୃତ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରବାଙ୍କୀରେ ଭୁଶୁଡ଼ି ପଡ଼ିଲା ବିଲ୍ଡିଂ । ଏକ ତିନି ମହଲା ବିଶିଷ୍ଟ କୋଠା ଭାଙ୍ଗି ପଡ଼ିଛି । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବା କୁହାଯାଉଛି । ପ୍ରଶାସନ ପକ୍ଷରୁ ରେସକ୍ୟୁ ଅପରେସନ ଜାରି ରହିଛି ।
ବାରବାଙ୍କୀ ଜିଲ୍ଲୀ ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ମୁତାବକ, ସୋମବାର ଭୋର ୩ ଟାରେ ଏହି ଦୁର୍ଘଟଣା ଘଟିଛି । ଫତେପୁର କୁ ମୁହଲ୍ଲା କାଜି-ଦୋ ବଜାର ନିକଟରେ ଥିବା ଏହି ବିଲ୍ଡିଂ ଅଚାନକ ଭୁଶୁଡ଼ି ପଡ଼ିଛି । ଫଳରେ ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣଙ୍କୁ ମାଟି ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ୩ରୁ ୪ଜଣ ଲୋକ ଧ୍ବଂସାବଶେଷ ତଳେ ଫସିରହିଥିବା କୁହାଯାଉଛି । ଘଟଣାସ୍ଥଳରେ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ୟ୍ୟ ଜାରି ରିଖିଛି । ଏହି ବିଲ୍ଡିଂରେ ଗୋଟିଏ ପରିବାର ପ୍ରାୟ ୧୫ଜଣ ସଦସ୍ୟ ଥିଲେ । ଉଦ୍ଧାର ୧୨ଜଣଙ୍କ ମଧ୍ୟରେ ତିନି ମହିଳା, ସାତ ପୁରୁଷ, ଦୁଇଜଣ ଛୋଟ ପିଲା ରହିଥିଲେ । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor