କମିପାରେ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଏଲପିଜି ପରେ କମିପାରେ ପେଟ୍ରୋଲ ଓ ଡିଜେଲ ଦର । ଅନେକ ଦିନ ହେବ ଉଭୟ ଇନ୍ଧନ ଦରରେ ସଂଶୋଧନ କରିନାହାନ୍ତି ତେଲ କମ୍ପାନୀ । ପ୍ରଥମ ତୈମାସରେ ତେଲ କମ୍ପାନୀ ଗୁଡ଼ିକର ଲାଭ ଆଶାତୀତ ବୃଦ୍ଧି ପାଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପ୍ରାୟ ୮୫ ଡଲାର ସ୍ତରରେ ରହିଛି ।
ଏପରି ସ୍ଥିତିରେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିପାରନ୍ତି ବୋଲି ଆଶା କରାଯାଉଛି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି କହିଛନ୍ତି । ମନ୍ତ୍ରୀ କହିଛନ୍ତି, ତେଲ ଦର କମାଇବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।
Powered by Froala Editor