ରାସ୍ତା ଉପରେ ମୁହାଁମୁହିଁ ହେଲେ ବିଜେଡି କର୍ମୀ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେରାସ୍ତା ଉପରେ ମୁହାଁମୁହିଁ ହେଲେ ବିଜେଡି କର୍ମୀ । ପୁଲିସ୍ ଉପସ୍ଥିତିରେ ଦିଗପହଣ୍ଡିରେ ଦେଖିବାକୁ ମିଳିଛି ରାଜନୈତିକ ହାଇଡ୍ରାମା।ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବ୍ଲକ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହେବାକୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ରାଜନୈତିକ ଦଳମାନଙ୍କୁ କୌଣସି ସୂଚନା ଦିଆ ନ ଯାଇ ଏହାକୁ ବନ୍ଦ କରି ଦିଆଯାଇଛି। ଅଧ୍ୟକ୍ଷ ପଦ ହାତେଇବାକୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା।ଗୋଟିଏ ଗୋଷ୍ଠୀ ସୂର୍ୟ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ସପକ୍ଷରେ ଥିବା ବେଳେ ଅପର ଗୋଷ୍ଠୀ ବିପିନ ପ୍ରଧାନଙ୍କ ସପକ୍ଷରେ ରହିଛି। ଦୁଇ ମାସ ଆଗରୁ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଆଜି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଭୋଟ ବାତିଲ କରାଯିବାରୁ ପରସ୍ପର ଉପରେ ତାତିଛନ୍ତି ବିଜେଡିର ଦୁଇ ଗୋଷ୍ଠୀ ।
ଏଥିରେ ଉତ୍ତ୍ୟକ୍ତ ହୋଇ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିବା ସହ ଦୀର୍ଘ ସମୟ ରାସ୍ତାରୋକ କରିଥିଲେ। ଗୋଟିଏ ଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟାରେ ପୁଲିସ୍ କର୍ମୀ ମୁତୟନ ହୋଇଛନ୍ତି।
Powered by Froala Editor