Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ...

  • ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ...

  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ...

  • ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ...

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ...

  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ...

  • ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ...

  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ...

  • ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ...

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ...

ରାଜ୍ୟ
Home ›› ରାଜ୍ୟ ››ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

2021-06-03 02:33:10
14307
Share:
Facebook
Twitter
E-Mail
WhatsApp
Telegram
ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି  ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକୁମେଣ୍ଟେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପଦର୍ଶନ କରି ଲୋକଙ୍କ ଜୀବନ ସୁରକ୍ଷା କରିଛନ୍ତି । ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍‌ ସମୟ ମଧ୍ୟରେ କରାଯାଇପାରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ କାର୍ଯ୍ୟର ଡକୁମେଣ୍ଟେସନ କରିବାର ଆବଶ୍ୟକତା ସଂପର୍କରେ କହିଥିଲେ । ବାତ୍ୟାର ଲ୍ୟାଣ୍ଡ ଫଲ୍‌ର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକୁମେଣ୍ଟେସନ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାରେ ସମୁଦାୟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା । ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି ବୋଲି ସେ କହିଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା ।


ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ  କାମ କରିଥିଲା ଏବଂ ଏଥିରେ ପ୍ରାୟତଃ ସଫଳ ହୋଇଛି । ସେ କହିଥିଲେ ଯେ ଏଥିରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ  ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତିର କ୍ଷତି ହୋଇଛି । ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା । ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ।


କୃଷି ବିଭାଗର କ୍ଷୟକ୍ଷତି ସଂପର୍କରେ ଆଲୋକପାତ କରି ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଥିଲେ ଯେ ସମୁଦ୍ରକୂଳ ପ୍ରଭାବିତ ଜିଲ୍ଲା ଗୁଡିକରେ ଲୁଣି ପାଣି ମାଡି ଯିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି । ତେଣୁ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନଙ୍କୁ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରିବା ପାଇଁ କୁହାଯାଇଛି । ଏହି ବୈଜ୍ଞନିକ ମାନେ ବର୍ତ୍ତମାନ ପ୍ରଭାବିତ ସ୍ଥାନରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ରିପୋର୍ଟ ଆସିବ ବୋଲି ସେ କହିଥିଲେ।


ବିଭାଗୀୟ ସଚିବ ମାନେ ସେମାନଙ୍କ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।  ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଏଥିରେ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ଏବଂ ଏଥିରେ ୯୯.୮ ପ୍ରତିଶତ ଉପଭୋକ୍ତାଙ୍କୁ ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି ବୋଲି ସେ କହିଥିଲେ ।  ୨୩୦ଟି   transformer ଆଜି ସୁଦ୍ଧା ବଦଳାଯାଇ ନୂଆ transformer  ଲଗାଯିବ ବୋଲି ସୂଚନା ଦିଆଯାଇଥିଲା ।  ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା।


ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା । ବାତ୍ୟା  ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମୂତୟନ କରାଯାଇଥିଲା। ଏହା ସାରା ଭାରତରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୂଚନା ଦିଆଯାଇଥିଲା । ମଇ ୩୧ ସୁଦ୍ଧା ସମସ୍ତ ଟ୍ୟୁବୱେଲ ଓ ପାଇପ ୱାଟର ପ୍ରକଳ୍ପର ଜଳ ଉତ୍ସ୍ୟକୁ ବିଶୋଧନ କରାଯାଇଥିଲା।  ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ ରୋଡର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା ।


ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୮ଟି ସହରାଞ୍ଚଳର ୫୮ଟି ସଡକ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ ଆଦି କ୍ଷତିର ସମ୍ମୁଖୀନ ହୋଇଛି। ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ବୋଲି   ସୂଚନା ଦିଆଯାଇଥିଲା।

ସେହିପରି ଜଳସଂପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଓ ରାସ୍ତାରେ ହୋଇଥିବା ଘାଇ ସଂପର୍କରେ ସୂଚନା ଦିଆଯାଇଥିଲା। ସମୁଦାୟ କ୍ଷତିର ପରିମାଣ ୧୦୮ କୋଟି ଟଙ୍କା ।



ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସଡକ ଗୁଡିକୁ ଗଛ କାଟି ତୁରନ୍ତ ଅବରୋଧମୁକ୍ତ କରାଯାଇଥିଲା। ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି । କ୍ଷତିର ପରିମାଣ ୭୫ କୋଟି ଟଙ୍କା। ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷତିର ପରିମାଣ ୬୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି ।



ବୈଠକରେ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଆବଶ୍ୟକତା ସଂପର୍କରେ ଦୃଷ୍ଟି ଆକର୍ଣଣ କରିଥିଲେ।



ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

Powered by Froala Editor

Tags Cycone yaas , Naveen Patnaik , chief minister Odisha

Related articles Odisha News Lens 4.1

  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର
    ଦେଶ-ଦେଶାନ୍ତର

    ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର

    14191
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ...
    ବାଣିଜ୍ୟ

    ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ...

    13987
    Nov 18, 2026
  • ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା
    ଦେଶ-ଦେଶାନ୍ତର

    ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା

    13710
    Nov 18, 2026
  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌
    ଦେଶ-ଦେଶାନ୍ତର

    ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌

    15104
    Nov 18, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...
    ବାଣିଜ୍ୟ

    ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...

    15359
    Nov 18, 2026
  • ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ୭ ଲକ୍ଷ ଲୁଟ୍
    ଦେଶ-ଦେଶାନ୍ତର

    ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ୭ ଲକ୍ଷ ଲୁଟ୍

    15523
    Nov 18, 2026
  • ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ନିଜାମଙ୍କ ମୂଲ୍ୟବାନ ରତ୍ନ
    ଦେଶ-ଦେଶାନ୍ତର

    ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ନିଜାମଙ୍କ ମୂଲ୍ୟବାନ ରତ୍ନ

    14468
    Nov 18, 2026
  • ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର,  ଲତିଫ ଭଟ୍‌ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଲତିଫ ଭଟ୍‌ ନିହତ

    14043
    Nov 18, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....
    ବିଶେଷ

    ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15077
    Nov 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15077
    Nov 18, 2026
  • ଦେଶ-ଦେଶାନ୍ତର

    ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଲତିଫ ଭଟ୍‌ ନିହତ

    14043
    Nov 18, 2026
  • ବାଣିଜ୍ୟ

    ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ...

    15359
    Nov 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17291
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17996
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17950
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18365
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15077
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14750
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14380
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15720
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14504
    Nov 07, 2026

ବାଣିଜ୍ୟ

ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

ପୁରୀ: ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ବିଜ୍ଞାନର ସ୍ଥାନୀୟକରଣ (ଲୋକାଲାଇଜିଂ ଡାଟା ସାଇନ୍ସ ଫର୍‌ ଚେଞ୍ଜ ଆଡାପ୍‌ଟେସନ / ଏଲ୍‌ଡିଏସ୍‌ସିସିଏ) ପ୍ରକଳ୍ପ ଅଧୀନରେ ତୃତୀୟ ଜିଲ୍ଲାସ୍ତରୀୟ ସମନ ...

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    13987
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    15065
    Nov 17, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ

    14846
    Nov 17, 2026
  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    14095
    Nov 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ନିଜାମଙ୍କ ମୂଲ୍ୟବାନ ରତ୍ନ

    14468
    Nov 18, 2026
  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌

    15104
    Nov 18, 2026
  • ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା

    13710
    Nov 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In