ଇରାନକୁ ଝଟ୍କା : ନିଆଁ ଲାଗି ବୁଡ଼ିଗଲା ନୌସେନା ଜାହାଜ
ଇରାନକୁ ବହୁତ ବଡ଼ ଝଟ୍କା ଲାଗିଛି । ବୁଧବାର ଦିନ ଇରାନର ନୌସେନାର ସବୁଠାରୁ ବଡ଼ ଜାହାଜରେ ଅଗ୍ନିକାଣ୍ଡ ହୋଇ ଏହା ବୁଡି ଯାଇଛି । ଏହାର କାରଣ ଏବେ ମଧ୍ୟ ଅସ୍ପଷ୍ଟ । ଏହି ଜାହାଜର ନାମ ଥିଲା ଖର୍ଗ । ଏହି ଜାହାଜ ମଧ୍ୟ ଖର୍ଗ ନାମକ ଦ୍ୱୀପରେ ରଖାଯାଇଥିଲା । ଇରାନର ସେମି ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଫାର୍ସ ଏବଂ ତସ୍ନିମର ସୂଚନା ଅନୁସାରେ ଓମାନ ଉପସାଗରୀୟ ଅଞ୍ଚଳରେ ଏହି ଦୁର୍ଘଟଣା ହେରଇଥିଲା । ଖର୍ଗ ଥିଲା ଇରାନର ମୁଖ୍ୟ ତୈଳ ଟର୍ମିନାଲ ।
ସୂଚନା ଅନୁଯାୟୀ, ଏହି ଜାହାଜରେ ଅପରାହ୍ନ ୨ ଟା ୨୫ ମିନିଟ ସମୟରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ଏହାକୁ ଲିଭାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ସବୁ ପ୍ରକାର ଚେଷ୍ଟା ବୃଥା ହୋଇଥିଲା । ଏହି ଜାହାଜ ଇରାନର ଜାସ୍କ ବନ୍ଦର ନିକଟରେ ବୁଡ଼ି ଯାଇଥିଲାl ସୋସିଆଲ ମିଡିଆରେ ଏହି ଜାହାଜର ଭିଡିଓ ଭାଇରାଲ ହେଉଛିl ଏଥିରେ ଜାହାଜର କର୍ମଚାରୀମାନେ ଜ୍ୟାକେଟ୍ ପିନ୍ଧି ପାଣିକୁ ଡେଇଁ ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଇରାନର ସମାଚାର ଏଜେନ୍ସି ଏହାକୁ ଏକ ଟ୍ରେନିଂ ଜାହାଜ ବୋଲି କହିଛନ୍ତି। ଭିଡିଓରେ ଜାହାଜରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି ।
Powered by Froala Editor