୫୦% ବଢ଼ିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ
ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ପରିମାଣ ୫୦% ବୃଦ୍ଧି ପାଇଛି। ୨୦୨୧ ଜାନୁଆରୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ପାଉଥିଲେ । ପରେ ସେମାନଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟ ସରକାର ଏବେ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ କ୍ୟାଡ଼ରରେ ଆସିଷ୍ଟାଣ୍ଟ ସର୍ଜନଙ୍କୁ ସରକାରୀ ଚାକିରିରେ ଏଂଟ୍ରି ଲେଭଲରେ ପ୍ରଦାନ କରୁଥିବା ଦରମା ଓ ଭତ୍ତାର ୫୦%କୁ ଡାଇନୋମିକ ଷ୍ଟାଇପେଣ୍ଡ ଭାବେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବିଜ୍ଞପ୍ତି ସହ ବର୍ଦ୍ଧିତ ଷ୍ଟାଇପେଣ୍ଡ ଲାଗୁ ହେବ । ରାଜ୍ୟ ସରକାର ମଧ୍ୟ ଦେବଗଡ଼ ଜିଲ୍ଲାରେ ୧୦ଜଣ ଅଧିକ ସ୍ପେଶାଲିଷ୍ଟଙ୍କୁ ମୁତୟନ କରିଛନ୍ତି । ସେଥିରେ ମେଡିସିନ, ସର୍ଜରୀ, ଶିଶୁରୋଗ, ଆନ୍ଥେସେସିଆ, ଅର୍ଥୋପେଡ଼ିକ, ସାଇକାଟ୍ରିକ୍ , ଇଏନଟି, ଚକ୍ଷୁ ଓ ପଲ୍ୟୁମନାରୀ ମେଡିସିନ୍ ବିଶେଷଜ୍ଞ ଆଦି ସାମିଲ ଅଛନ୍ତି ।
Powered by Froala Editor