ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର
ବେଙ୍ଗାଲୁରୁ: ମହୀଶୂରରେ ଗୋଟିଏ ପରିବାର ୪ ସଦସ୍ୟଙ୍କ ମୃତଦେହ ଘର ଭିତରୁ ସନ୍ଦେହଜକ ଅବସ୍ଥାରେ ଉଦ୍ଧାର ହୋଇଛି । ଏହି ପରିବାରଟି ଭଡା ଘରେ ରହୁଥିଲେ । ଗତକାଲି (ରବିବାର) ଅପରାହ୍ନରେ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ସମ୍ପୃକ୍ତ ଭଡା ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ଠାବ କରିବା ପରେ ପୋଲିସକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ । ପୋଲିସ ଏହି ସୂଚନା ପାଇ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ଗଣଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସ୍ଥାନୀୟ ପୋଲିସର ସୂଚନାନୁସାରେ, ମହାଦେବ ସ୍ୱାମୀ (୪୫), ତାଙ୍କ ପତ୍ନୀ ଅନୀତା (୩୮) ଏବଂ ଝି ଚନ୍ଦ୍ରକଳା (୧୭) ଏବଂ ଧନଲକ୍ଷ୍ମୀ (୧୫)ଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ବାନ୍ଦିପାଲିଆରେ ମହାଦେବ ସ୍ୱାମୀଙ୍କର ଏକ ପନିପରିବା ଦୋକାନ ଥିଲା । ତେବେ ପୂର୍ବରୁ ସବୁକିଛି ଠିକଠାକ ଥିଲା ବେଳେ ଗତ ଦୁଇ ଦିନ ଧରି ଏହି ପରିବାର କବାଟ ଖୋଲୁନଥିବା ପଡୋଶୀମାନଙ୍କ ନଜରକୁ ଆସିଥିଲା । ଗତକାଲି(ରବିବାର) ପଡୋଶୀମାନେ ଘରର କବାଟ ଖୋଲିଥିଲେ । ସନ୍ଦେହଜନକ ଅବସ୍ଥାରେ ୪ ମୃତଦେହ ଚଟାଣରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା ।
Powered by Froala Editor