କ୍ରିପ୍ଟୋ କରେନ୍ସି ସ୍କାମ୍ ମାମଲା, ୩ ଅଭିଯୁକ୍ତଙ୍କ ନାଁରେ ଲୁକଆଉଟ ନୋଟିସ ଜାରି
ଭୁବନେଶ୍ୱର: କ୍ରିପ୍ଟୋ କରେନ୍ସି ସ୍କାମ୍ ମାମଲା । ତିନି ଜଣଙ୍କ ନାଁରେ ଲୁକ ଆଉଟ୍ ସର୍କୁଲାର ନୋଟିସ ଜାରି କଲା ବ୍ୟୁରୋ ଅଫ ଇମିଗ୍ରେସନ ଏବଂ ଇଓଡବ୍ଲୁ । ରାଜସ୍ଥାନ ହନୁମାନଗଡର କ୍ରିଷ୍ଣା କୁମାର , ଗଙ୍ଗାନଗରର ଅନିଲ କୁମାର ଏବଂ ନଗ୍ବାରର ଭୋରା ରାମଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ସର୍କୁଲାର ।
ସେହିପରି ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଗୁରୁତେଜ ସିଂର ଏହି ୩ ଜଣ ମୁଖ୍ୟ ସହଯୋଗୀ । ପୂର୍ବରୁ ଇଣ୍ଟରନାସନଲ ମୁଖ୍ୟ ଡେଭିଡ କେଜ ନାଁରେ ମଧ୍ୟ ଲୁକଆଉଟ ସର୍କୁଲାର ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏସ୍ଟିଏ କ୍ରିପ୍ଟୋ କରେନ୍ସିର ଭାରତ ମୁଖ୍ୟ ପଞ୍ଜାବରୁ ଗିରଫ ହୋଇଥିବା ବେଳେ ଓଡିଶା ମୁଖ୍ୟ ଭଦ୍ରକରୁ ଗିରଫ ହୋଇଛନ୍ତି । ପଞ୍ଜାବରୁ ଗୁରୁତେଜ ସିଂ ଓ ଭଦ୍ରକରୁ ନିରୋଦ ଦାସଙ୍କୁ ଇଓଡବ୍ଲୁ ଗିରଫ କରିଥିଲା । ଗୁରୁତେଜ ବାରମ୍ବାର ନିଜର ଲୋକେସନ୍ ପରିବର୍ତ୍ତନ କରୁଥିଲା । ଗୋଆ, ଲୁନାବଲା, ମୁମ୍ଵାଇ, ଦିଲ୍ଲୀ, ଫରିଦକୋଟ, ଭଟିଣ୍ଡା, ହନୁମାନଗଡ଼ ଏବଂ ଶ୍ରୀ ଗଙ୍ଗନଗର ଭଳି ସ୍ଥାନରେ ସେ ବାରମ୍ବାର ଲୋକେସନ ପରିବର୍ତ୍ତନ କରୁଥିଲା । ପଞ୍ଜାବ, ରାଜସ୍ଥାନ, ବିହାର, ଝାଡଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଆସାମର ବହୁ ଲୋକ ଏହି ସ୍କାମର ଶିକାର ହୋଇଛନ୍ତି । ଓଡ଼ିଶାର ଭଦ୍ରକ, ବାଲେଶ୍ଵର, ଭୁବନେଶ୍ଵର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାରେ ଏହି ସ୍କାମ୍ ବହୁଳ ଭାବରେ ଚାଲିଥିଲା ।
Powered by Froala Editor