ଜାତିଆଣ ବିବାଦ: ତିନି ଜଣଙ୍କୁ ଗୁଳିକରି ହତ୍ୟା

ଓ୍ବାଶିଂଟନ : ଆମେରିକାର ଫ୍ଲୋରିଡାସ୍ଥିତ ଏକ ଜେନେରାଲ ଷ୍ଟୋରରେ ତିନି ଜଣଙ୍କୁ ଜାତିଆଣ ବିବାଦ ନେଇ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଗୁଳି ଚଳାଇଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ କହିଛନ୍ତି ହତ୍ୟାକାରୀ ଜାତିଭିତ୍ତିକ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। କାରଣ ଆକ୍ରମଣକାରୀ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲେ।
ଆକ୍ରମଣ ପରେ ଶ୍ୱେତାଙ୍ଗ ଆକ୍ରମଣକାରୀ ନିଜକୁ ଗୁଳି ଚଳାଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ପ୍ରମାଣ ସୂଚିତ କରୁଛି ଆକ୍ରମଣକାରୀ ଘୃଣାର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ, ଯାହାକି ଏହି ଆକ୍ରମଣର ମୁଖ୍ୟ କାରଣ। ତେବେ ଜ୍ୟାକସନଭିଲରେ ହୋଇଥିବା ଆକ୍ରମଣରେ କେତେ ଲୋକ ଆହତ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଶେୟାର କରାଯାଇ ନାହିଁ।
Powered by Froala Editor