ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହେବ ଗଗନଯାନ

ନୂଆଦିଲ୍ଲୀ: ଚନ୍ଦ୍ରଯାନର ସଫଳତା ପରେ ଲଞ୍ଚ ହେବ ଗଗନଯାନ । ସୂର୍ୟ୍ୟ ଉପରେ ଅଧିକ ଗବେଷଣା ପାଇଁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହେବ ଆଦିତ୍ୟ-ଏଲ-୧ । ଏନେଇ ଶନିବାର ଇସ୍ରୋ ମୁଖ୍ୟ ଏସ ମୋସନାଥ ସୂଚନା ଦେଇଛନ୍ତି ।
ଆଦିତ୍ୟ-ଏଲ୧ ସାଟେଲାଇଟର ପୁରା ପ୍ରସ୍ତୁତି ସରିଥିବା ବେଳେ ଏହା ଶ୍ରୀହରିକୋଟାରେ ପହଂଚିସାରିଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ କେବେ ଲଂଚ ହେବ ଆଦିତ୍ୟ-ଏଲ୧ ସେନେଇ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ । ଆଦିତ୍ୟ-ଏଲ୧ ୧୨୦ ଦିନର ଯାତ୍ରା କରି ଏଲ୧ ପଂଏଟରେ ପହଂଚିବ । ଏହା ହେଉଛି ଭାରତର ପ୍ରଥମ ସୂର୍ୟ୍ୟ ମିଶନ । ଏହି ମିଶନର ବିଶେଶ୍ୱତ ହେଉଛି ଏହି ସାଟେଲାଇଟ ସୂର୍ୟ୍ୟକୁ ଦେଖିପାରିବ । ଏଲ ପଏଣ୍ଟରେ ରହି ସୂର୍ୟ୍ୟର ଗତିବିଧି ଉପରେ ଗବେଷଣା କରିବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଦେଶର ପ୍ରଥମ ମିଶନ ଭାବେ ଗଗନଯାନ ମିଶନରେ ମହାକାଶକୁ ରୋବଟ ପଠାଇବ ଇସ୍ରୋ । ଏହା ଏକ ମହିଳା ରୋବଟ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ତିନୋଟି ପର୍ୟ୍ୟାୟରେ ମିଶନକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମହିଳା ରୋବଟ ନା ରହିଛି ବ୍ୟୋମମିତ୍ର । କେନ୍ଦ୍ରମନ୍ତ୍ରୀ କହିଛନ୍ତି କରୋନା ପାଇଁ ମିଶନରେ ବିଳମ୍ବ ହୋଇଛି । । ଏହାକୁ ଦୃଷ୍ଟିରେ ରଖି କାମ କରୁଛି ଇସ୍ରୋ । ପ୍ରଥମ ଡମିଟେଷ୍ଟ ପରେ ମହିଳା ରୋବଟ ପଠାଯିବ ।
Powered by Froala Editor