ସେପ୍ଟେମ୍ବର ୨ରେ ଲଞ୍ଚ ହେବ ମିଶନ ଆଦିତ୍ୟ L-1
ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ପରେ ଏବେ ମିଶନ୍ ସନ୍ ଗବେଷଣା ପାଳି । ସେପ୍ଟେମ୍ବର ୨ରେ ଲଞ୍ଚ ହେବ ମିଶନ ଆଦିତ୍ୟ L-1 । ଏହା ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ଏହିପରିପ୍ରେକ୍ଷୀରେ ଇସ୍ରୋର ସନ୍ ମିଶନ ଆଦିତ୍ୟ-L-1କୁ ନେଇ ବଡ଼ ଘୋଷଣା କରାଯାଇଇଛି।
ଶ୍ରୀହରିକୋଟା ସ୍ଥିତ ସତିଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଏହାର ଉତକ୍ଷେପଣ ହେବ । ଧାର୍ଯ୍ୟ ହୋଇଥିବା ସ୍ଥାନକୁ ପହଞ୍ଚିବା ପାଇଁ ଆଦିତ୍ୟ ଏଲଓ୍ବାନକୁ ପାଖାପାଖି ୧୨୭ ଦିନ ସମୟ ଲାଗିବ । ଯାହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରତା ।
ଏନେଇ ସ୍ପେସ୍ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନିଲେଶ ଦେଶାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସୂର୍ଯ୍ୟ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି, ସେପ୍ଟେମ୍ବର ୨ରେ ଏହାକୁ ଲଞ୍ଚ କରାଯାଇପାରେ। ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ କ୍ଷେତ୍ରରେ ଏହା ହେଉଛି ଇସ୍ରୋର ପ୍ରଥମ ପଦକ୍ଷେପ। ମୁନ୍ ମିଶନ୍ ଭଳି ସନ୍ ମିଶନ୍ ମଧ୍ୟ ସଫଳ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।
ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ସୋଲାର ସିଷ୍ଟମ ଉପରେ ମଧ୍ୟ ଗବେଷଣା କରିବ । ପୃଥିବୀର ଜୀବନ ଧାରଣ କ୍ଷମତା ପଛରେ ସୂର୍ଯ୍ୟର ଅବଦାନ ଉପରେ ଆହୁରି ଅଧିକ ଗବେଷଣା କରାଯିବ । ଏହି ମିଶନ ପାଇଁ ଇସ୍ରୋର ବୈଜ୍ଞାନିକ ବେଶ ଉତ୍ସାହିତ ଅଛନ୍ତି ।
Powered by Froala Editor