ଅଗଷ୍ଟ ୨୩ ଜାତୀୟ ମହାକାଶ ଦିବସ
ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଲୁର ଇସ୍ରୋ ମୁଖ୍ୟାଳୟରେ ପହଂଚିବା ପରେ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହା ସହ ମୋଦୀ କହିଛନ୍ତି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ମଧ୍ୟ ନାମକରଣ କରାଯାଇଛି ।
ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା, ସେହି ସ୍ଥାନର ନାଁ ଶିବଶକ୍ତି ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଶିବଙ୍କଠାରେ ମାନବ କଲ୍ୟାଣର ସଂକଳ୍ପ ନିହିତ । ଆଉ ଶକ୍ତିରେ ସଂକଳ୍ପ ପୂରା କରିବାର ସାମର୍ଥ୍ୟ ରହିଥାଏ । ସେହିପରି ଚନ୍ଦ୍ରଯାନ-୨ର ପାଦଚିହ୍ନ ସ୍ଥାନକୁ ମଧ୍ୟ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ଥାନର ନାଁ ତ୍ରିରଙ୍ଗା ରଖାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଦକ୍ଷିଣ ଆଫ୍ରିକା ଓ ପରେ ପରେ ଗ୍ରୀସ୍ ଗସ୍ତ ଶେଷ କରି ଆଜି ଭୋର ସମୟରେ ଭରତରେ ପହଞ୍ଚଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ସିଧା ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ବୈଜ୍ଞାନିକଙ୍କୁ ଭେଟିଥିଲେ ଏବଂ ଚନ୍ଦ୍ରାୟନ୩ ପାଇଁ ସେମାନଙ୍କର ପରିଶ୍ରମ ଓ ଧୈର୍ୟ୍ୟକୁ ଶତ ପ୍ରଶଂସା କରିଥିଲେ ।
ଏହି ଅବସରରେ ମୋଦୀ କହିଥିଲେ ଯେ, ‘ ସେ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାରେ ଥିଲେ ବି ତାଙ୍କ ମନ କିନ୍ତୁ ଭାରତରେ ଥିଲା । ଅଗଷ୍ଟ ୨୩ ତାରିଖରେ ତାଙ୍କର ପ୍ରତିଟି ମୁହୂର୍ତ୍ତକେବଳ ଚନ୍ଦ୍ରଯାନ ପାଇଁ ଚିନ୍ତିତ ଥିଲା । ଆଉ ଯେତେବେଳେ ଚନ୍ଦ୍ରଯାନ ଚନ୍ଦ୍ର ମାଟିରେ ପାଦ ଥାପିଲା ତାଙ୍କର ମନର ଅବସ୍ଥା ବର୍ଣ୍ଣନା କରିବା କଷ୍ଟକର । ବିଦେଶରେ ଭାରତର ଏଭଳି ସଫଳତାକୁ ସେ ଅନୁଭବ କରିଛନ୍ତି । ସମସ୍ତଙ୍କ ମୁହଁରେ ଭାରତର ପ୍ରଶଂସା ସେ ଶୁଣିଛନ୍ତି । କେତେବେଳେ ନିଜ ଦେଶକୁ ଫେରିବେ ଆଉ ଏହି ମିଶନ ପଛରେ ଥିବା ପ୍ରତିଟି ବିଜେତାଙ୍କୁ ଭେଟିବେ ସେମାନଙ୍କୁ ପ୍ରଣାମ କରିବେ ସେଇ ଚିନ୍ତାରେ ତାଙ୍କ ମନ ଘାରି ହେଉଥିଲା’ ।
Powered by Froala Editor