୩୦ ଜିଲ୍ଲାକୁ ଛୁଇଁଲା ଡେଙ୍ଗୁ

ଭୁବନେଶ୍ଵର : ୩୦ ଜିଲ୍ଲାକୁ ଛୁଇଁଲା ଡେଙ୍ଗୁ। ଗତବର୍ଷ ତୁଳନାରେ ଡେଙ୍ଗୁର ବର୍ତ୍ତମାନ ପିକ୍ ପିରିୟଡ଼ ଚାଲିଛି। ସେପ୍ଟେମ୍ବର ମାସ ଯାଏ ଏହି ପିକ୍ ପିରିୟଡ଼ ଚାଲିବ। କ୍ୟାପିଟାଲ ହସପିଟାଲ ଲୋଡ୍ କମାଇବା ପାଇଁ ଅନ୍ୟ ଜାଗାରେ ଆରମ୍ଭ ହେବ ଡେଙ୍ଗୁ ପରୀକ୍ଷା। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଡେଙ୍ଗୁ ଟେଷ୍ଟ ଆରମ୍ଭ ହେବ। କ୍ୟାପିଟାଲ ହସ୍ପିଟାଲ, ଆର ଏମ୍ ଆର ସି, ନୟାପଲ୍ଲୀରେ ଉପଲବ୍ଧ ହେବ ଟେଷ୍ଟ। ଭୁବନେଶ୍ବରରେ ଅର୍ବାନ ଉଐଉ ଗୁଡ଼ିକରେ ବ୍ୟବସ୍ଥା ହୋଇଛି। ଲୋକେ ସେଠି ଡେଙ୍ଗୁ ଚିହ୍ନଟ ହେବା ପରେ ଚିକିତ୍ସିତ ହୋଇପାରିବେ। ରାଜଧାନୀରେ ରୋଗୀଙ୍କ ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ଡେଙ୍ଗୁ ୪ ପ୍ରକାରର ରହିଛି। ବର୍ତ୍ତମାନ ଡେଙ୍ଗୁ ଟାଇପ୍ ୨ ଚାଲିଛି। ଲୋକ ଆତଙ୍କିତ ନହେବାକୁ କହିଲେ ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
Powered by Froala Editor