ମାଟ୍ରିକ ମୂଲ୍ୟାୟନ ପ୍ରକି୍ରୟା ସମ୍ପର୍କରେ ଆସିଲା ଏହି ଖବର
କଟକ: ମାଟ୍ରିକ ମୂଲ୍ୟାୟନ ପ୍ରକି୍ରୟାରେ ସ୍କୁଲ ସ୍ତରରେ ଟାବୁଲେସନ କାର୍ଯ୍ୟ ସରି ଏବେ ମାର୍କ ଅପଲୋଡ କାର୍ଯ୍ୟ ଆରମ୍ଭ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମେ’୩୧ ତାରିଖ ଭିତରେ ମାର୍କ ଅପଲୋଡ କାର୍ଯ୍ୟ ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକମାନେ ସାରିବାକୁ ପ୍ରଥମେ ଧାର୍ଯ୍ୟ ହୋଇଥିଲା । ଏହା ପରେ ବୋର୍ଡ ବିଧିବଦ୍ଧ ଭାବେ ଜୁନ ୩୦ ତାରିଖ ସୁଦ୍ଧା ଫଳ ପ୍ରକାଶନ କରିଥାନ୍ତା । କିନ୍ତୁ କରୋନା ସଂକ୍ରମଣ ଓ୨ ଲକଡାଉନ ଯୋଗୁଁ ଉଭୟ ଟାବୁଲେସନ ଓ ମାର୍କ ଅପଲୋଡ ପ୍ରକି୍ରୟା ବିଳମ୍ବିତ ହୋଇଯାଇଥିଲା । ଏଣୁ ବିଳମ୍ବରେ ଟାବୁଲେସନ ଓ ମାର୍କ ଅପଲୋଡ ପ୍ରକି୍ରୟା ବିଳମ୍ବିତ ହୋଇଯାଇଥିଲା । ଏଣୁ ବିଳମ୍ବରେ ଟାବୁଲେସନ କାର୍ଯ୍ୟ ଶେଷ ହୋଇ ଏବେ ୨୭୬୭ ମେଣ୍ଟର ସ୍କୁଲରେ ମାର୍କ ଅପଲୋଡ କାର୍ଯ୍ୟ ଆରମ୍ଭ ହୋଇଥିବା ବୋର୍ଡ ପକ୍ଷରେ ସୂଚନା ମିଳିଛି ।
Powered by Froala Editor