ଏହା ଏକ ଐତିହାସିକ ସଫଳତା : ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଇତିହାସ ରଚିଛି ଭାରତ । ଚନ୍ଦ୍ରରେ ଉଡିଛି ତ୍ରିରଙ୍ଗା । ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ ଏବଂ ଚନ୍ଦ୍ରକୁ ପହଁଚିବାରେ ପୃୃଥିବୀର ଚତୁର୍ଥ ଦେଶର ମାନ୍ୟତା ହାସଲ କରିଛି । ଏହି ଅବିସ୍ମରଣୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ଐତିହାସିକ ସଫଳତା। ଭାରତ ପାଇଁ ଏହା ଏକ ଚମତ୍କାର ଉପଲବ୍ଧି। ଏହି ଐତିହାସିକ ପ୍ରକଳ୍ପରେ ସାମିଲ ହୋଇଥିବା ସମସ୍ତ ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ବୁଧବାର ଅପରାହ୍ନରେ ଚନ୍ଦ୍ରୟାନ ଅବତରଣ ଲାଇଭ୍ ଦୃଶ୍ୟକୁ ଟିଭିରେ ଦେଖିଥିଲେ। ଏହି ସମୟରେ ୫-ଟି ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଭାରତୀୟ ବିଜ୍ଞାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Powered by Froala Editor