ବିଶ୍ୱ ରେକର୍ଡ : ୮୫ ଲକ୍ଷ ଲୋକ ଦେଖିଲେ ଲାଇଭ ଷ୍ଟ୍ରିମିଂ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ଚନ୍ଦ୍ରୟାନ-୩ ମିଶନ ସଫଳ ହୋଇଛି । ଜୁଲାଇରେ ଆରମ୍ଭ ହେବା ଠାରୁ ଚନ୍ଦ୍ରରେ ଅବତରଣ କରିବା ପର୍ଯ୍ୟନ୍ତ ଭାରତର ତୃତୀୟ ଚନ୍ଦ୍ର ମିଶନ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ବିଶ୍ବର ପ୍ରଥମ ଦେଶ ହୋଇଛି । କିନ୍ତୁ ଆଉ ଏକ କ୍ଷେତ୍ରରେ ରେକର୍ଡ କରିଛି ଇସ୍ରୋ ।
ଚନ୍ଦ୍ରଯାନର ୟୁଟ୍ୟୁଭ ଲାଇଭ ଷ୍ଟ୍ରିମିଂ ବିଶ୍ବର ସବୁଠାରୁ ଅଧିକ ଲୋକ ଦେଖିଥିବା ଲାଇଭ ଷ୍ଟ୍ରିମିଂରେ ପରିଣତ ହୋଇଛି । ପ୍ରାୟ ୮୫ ଲକ୍ଷ ଲୋକ ଏହି ଲାଇଭ ଷ୍ଟ୍ରିମିଂ ଦେଖିଥିଲେ । ଏହା ଏକ ବିଶ୍ବରେକର୍ଡ । ଏହା ପୂର୍ବରୁ ବ୍ରାଜିଲ ବନାମ୍ କ୍ରୋଏସିଆ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂକୁ ପ୍ରାୟ ୬୧ ଲକ୍ଷ ଲୋକ ଦେଖିଥିଲେ ।
ଏହା ବ୍ୟତୀତ ଯେଉଁମାନେ ISRO ର ଅଫିସିଆଲ୍ ପ୍ରସାରଣ ଚ୍ୟାନେଲରେ ଚନ୍ଦ୍ରଯାନ -3 ଅବତରଣକୁ ଲାଇଭ୍ ଦେଖିଥିଲେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱର ଅନେକ ଲୋକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ । ଭାରତରେ, ଦୂରଦର୍ଶନ ଟିଭି ଏହାର ଅଫିସିଆଲ୍ ପ୍ରସାରଣକାରୀ ଥିଲା । ଯଦିଓ ଟିଭିରେ ଦୂରଦର୍ଶନ ପ୍ରସାରଣକୁ କେତେ ଲୋକ ଦେଖିଛନ୍ତି ତାହାର ସରକାରୀ ସଂଖ୍ୟା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, ଚ୍ୟାନେଲର ୟୁଟ୍ୟୁବ୍ ଲିଙ୍କରେ ୮୫ ଲକ୍ଷ ଲୋକ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠକୁ ସ୍ପର୍ଶ କରିଥିବାର ଦେଖିଥିଲେ ।
Powered by Froala Editor