ପହଞ୍ଚିବା ପରେ ପ୍ରଥମ ବାର୍ତ୍ତା ପଠାଇଲା ଚନ୍ଦ୍ରାୟାନ-୩, ଜାଣନ୍ତୁ କ’ଣ
ଭାରତର ଚନ୍ଦ୍ରାୟାନ-୩ ଅଭିଯାନକୁ ସାରା ପୃଥିବୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୪ ମିନିଟ୍ ରେ ଅବତରଣ କରିବାର ସଫଳ ହୋଇଛି ଇସ୍ରୋ। ଚନ୍ଦ୍ରାୟାନ-୩ ଅବତରଣ ପରେ ଇସ୍ରୋକୁ ପଠାଇଛି ଏହାର ପ୍ରଥମ ବାର୍ତ୍ତା । ଯାହାକୁ ଇସ୍ରୋ ତରଫରୁ ଟ୍ବିଟ୍ କରାଯାଇଛି । ଏଥିରେ ଚନ୍ଦ୍ରାୟାନ-୩ କହିଛି 'ଭାରତ, ମୁଁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲି ଓ ଆପଣ ବି । ଚନ୍ଦ୍ରାୟାନ-୩ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡ କରିସାରିଛି । ଭାରତକୁ ଶୁଭେଚ୍ଛା ।'
ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ପାଇଥିଲା। ପୂର୍ବରୁ ଆମେରିକା, ରୁଷ ଓ ଚୀନ୍ ସଫଳତାର ସହିତ ଚନ୍ଦ୍ରଯାନ ପଠାଇଥିଲେ ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ଆଜିପର୍ଯ୍ୟନ୍ତ କୌଣସି ଦେଶ ସେମାନଙ୍କର ଯାନକୁ ଅବତରଣ କରିପାରି ନାହାନ୍ତି ।
ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଦ୍ୱିତୀୟ ଲଞ୍ଚପ୍ୟାଡ୍ରୁ ଚନ୍ଦ୍ରାୟାନ-୩ ଉତ୍କ୍ଷେପଣ କରାଯାଇଥିଲା ।
Powered by Froala Editor