ପୁଣି ମା’ ହେବେ କି ଭାରତୀ !

ହାସ୍ୟ କଳାକାର ଭାରତୀ ସିଂ ଉପସ୍ଥାପକ ହେବା ବ୍ୟତୀତ ଏକ ପୁତ୍ର ସନ୍ତାନର ମା'। ଭାରତୀ ସିଂ ୨୦୧୭ରେ ହର୍ଷ ଲିମ୍ବାଚିଆଙ୍କୁ ବିବାହ କରିଥିଲେ। ବିବାହର ୫ବର୍ଷ ପରେ ଭାରତୀ ଏପ୍ରିଲ ୩, ୨୦୨୨ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମା' ହେବାର ବର୍ଷକ ପରେ ଏବେ ଭାରତୀ ପୁଣି ଥରେ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି।
ୟୁଟ୍ୟୁବ ବ୍ଲଗରେ ଭାରତୀ ତାଙ୍କର ଭଲ ବନ୍ଧୁ ଭାବେ ଜଣାଶୁଣା ଅଭିନେତ୍ରୀ ଜସ୍ମିନ ଭସିନଙ୍କୁ କହୁଛନ୍ତି, 'ଜସ୍ମିନ ଶୀଘ୍ର ବିବାହ କରିଦିଅ। ଏହାର ଉତ୍ତରରେ ଜସ୍ମିନ କହୁଛନ୍ତି, ଭାରତୀ ପ୍ରଥମେ ଦ୍ବିତୀୟ ସନ୍ତାନ ଜନ୍ମ କର। ଗୋଲା ପାଇଁ ସାନ ଭାଇ ବା ଭଉଣୀ ଆଣ। ଜସ୍ମିନ ଏଭଳି କହିବା ପରେ ଭାରତୀ ଏବଂ ହର୍ଷ ପ୍ରକୃତରେ ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।
ତେବେ ଏ ବିଷୟରେ ଭାରତୀ ସିଂ କିଛି ସ୍ପଷ୍ଟ ଉଲ୍ଲେଖ କରିନାହାନ୍ତି । ସେ ସବୁବେଳେ ମଜାଳିଆ ଢଙ୍ଗରେ କଥା କହିଥାନ୍ତି । ତେବେ ଏ କଥା ବି ସେ ମଜାକରେ କହିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor