ସ୍ୱର୍ଣ୍ଣିମ ଅଧ୍ୟାୟ : ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କଲା ବିକ୍ରମ
ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡ଼ିଛି ସ୍ୱର୍ଣ୍ଣିମ ଅଧ୍ୟାୟ। ଦୁଇ ଦୁଇଟି ପରୀକ୍ଷଣ ବିଫଳ ହେବା ପରେ ଶେଷରେ ଇସ୍ରୋର ତୃତୀୟ ପ୍ରଚେଷ୍ଟା ସଫଳ ହୋଇଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ଅବତରଣ ହୋଇଛି। ଏହାପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରଠୁ ଅଲଗା ହୋଇଯାଇଛି।
ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବ ରୋଭର୍। ଏହି ସମୟରେ ଜହ୍ନ ରାଇଜରେ ଜଳର ଅନୁସନ୍ଧାନ ସହ ବାୟୁମଣ୍ଡଳୀୟ ସୂଚନା ମଧ୍ୟ ଦେବ ରୋଭର୍। ଜହ୍ନରେ ଜଳର ଉପସ୍ଥିତି ଭବିଷ୍ୟତ ମୁନ୍ ମିଶନ୍ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି। ଏଠାରେ ଥିବା ଜଳ ପାନୀୟ ଭାବରେ ବ୍ୟବହାର ହୋଇପାରିବ କି ନାହିଁ, ଏଠାରେ ଅମ୍ଳଜାନ ପ୍ରସ୍ତୁତି କରାଯାଇ ପାରିବ କି ନାହିଁ, ଏଭଳି ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିବ ଇସ୍ରୋ। ସେହିପରି ରୋଭର୍ ମହାସାଗରର ଉତ୍ପତ୍ତି ବିଷୟରେ ସୂଚନା ଦେଇପାରେ।
ଚନ୍ଦ୍ରଯାନ-୩ର ଅବତରଣ ପରେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ହୋ ଦେଶ ପାଇଁ ଗର୍ବର ମୁହୁର୍ତ୍ତ । ଜୀବନ ଧନ୍ୟ ହୋଇଛି। ବିଜୟର ପଥରେ ଚାଲିବାର ଏହା ହେଉଛି ମୁହୂର୍ତ୍ତ। ଏହି ମୁହୂର୍ତ୍ତ 140 କୋଟି ଭାରତୀୟଙ୍କ ଅଟେ, ପ୍ରତ୍ୟେକ ଘରେ ଉତ୍ସବ ଆରମ୍ଭ ହୋଇଛି। ମୁଁ ଚନ୍ଦ୍ରଯାନ -3 ଟିମ୍ ଏବଂ ଦେଶର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ହେତୁ ଆମେ ଦକ୍ଷିଣ ପୋଲରେ ପହଞ୍ଚିଛୁ । ଚୀନ୍, ଆମେରିକା ଏବଂ ତତ୍କାଳୀନ ସୋଭିଏତ୍ ୟୁନିଅନ୍ ପରେ ଭାରତ ପୂର୍ବରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛନ୍ତି।
Powered by Froala Editor