୪ଟି ପର୍ୟ୍ୟାୟରେ ହେବ ଲ୍ୟାଣ୍ଡିଂ ହେବ ଚନ୍ଦ୍ରଯାନ -୩
ନୂଆଦିଲ୍ଲୀ: ମହାକାଶ ବିଜ୍ଞାନରେ ବଡ ଉବଲବ୍ଧି ହାସଲ କରିବାକୁ ଯାଉଛି ଭାରତ । ଋଷ, ଆମେରିକା ଚୀନ ପରେ ଏବେ ସାରା ବିଶ୍ବର ନଜର ଭାରତ ଉପରେ ରହିଛି । ଆଜି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ତୃତୀୟ ମୁନ୍ ମିଶନ ଚନ୍ଦ୍ରଯାନର ଅବତରଣ । ଜହ୍ନରେ ଉଡିବ ତ୍ରିରଙ୍ଗା ଶୁଭିବ ଜୟହିନ୍ଦ । ଚାନ୍ଦରେ ପାଦ ଥାପିବ ଚନ୍ଦ୍ରଯାନ । ଏନେଇ ୧୪୦ କୋଟି ଭାରତୀୟଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ । ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଜହ୍ନରେ ନାଁ ଲେଖି ଇତିହାସ ରଚିବ ଭାରତ । ଦୁନିଆ ଦେଖିବ ଭାରତର ଦମ । ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଭାରତବାସୀଙ୍କ ସ୍ବପ୍ନର ଉଡାଣ ଭରିଥିବା ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ସମୟର ସେହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା ।
ଚନ୍ଦ୍ରଯାନ -୩ର ଲ୍ୟାଣ୍ଡିଂ ପ୍ରକ୍ରିୟା ୪ଟି ପର୍ୟ୍ୟାୟରେ ହେବ । ସେଗୁଡିକ ହେଉଛି ରଫ ବ୍ରେକିଙ୍ଗ, ଆଲଟିଚ୍ୟୁଡ୍ ହୋଲଡ, ଫାଇନ ବ୍ରେକିଙ୍ଗ ଓ ଟର୍ମିନାଲ ଡିସେଣ୍ଟ । ରଫ ବ୍ରେକିଙ୍ଗ ପର୍ୟ୍ୟାୟରେ ବେଗ ସେକେଣ୍ଡ ପିଛା ୧.୬ କିମି ରହିବ ଏହା ୬୯୦ ସେକେଣ୍ଡ ଯାଏ ଚାଲିବ । ଆଲଟିଚ୍ୟୁଡ୍ ହୋଲଡ ପର୍ୟ୍ୟାୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରିବ । ଫାଇନ ବ୍ରେକିଙ୍ଗ ପର୍ୟ୍ୟାୟ ୧୭୫ ସେକେଣ୍ଡ ଯାଏ ଚାଲିବ । ଏଥିଲେ ଲ୍ୟାଣ୍ଡର ବିକ୍ରମର ଉଚ୍ଚତା ମପାଯିବ । ଟର୍ମିନାଲ ଡିସେଣ୍ଟରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ୧୫୦ ମିଟର ଉପର ସ୍ଥିତିକୁ ଚାଲିଆସିବ । ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ଉଠାଇ ଆରମ୍ଭ କରିବ । ଅବତରଣ ପ୍ରକ୍ରିୟାର ସିଧାପ୍ରସାରଣ ହେବ ।
Powered by Froala Editor