ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲେ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ମୃତ ସାଙ୍ଗର ନାବାଳିକା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରି ଗିରଫ ହେଲେ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ । ସବୁଠୁ ଆଶ୍ଚଯ୍ୟର କଥା ହେଉଛି ସ୍ୱାମୀ ଏଭଳି ଅପରାଧ କରୁଥିବା ଜାଣି ମଧ୍ୟ ତାଙ୍କୁ ସମର୍ଥନ ଜଣାଇଥିଲେ ପତ୍ନୀ ।ନାବାଳିକାଙ୍କ ଗର୍ଭପାତ କରାଇଥିଲେ ଅଧିକାରୀଙ୍କ ପତ୍ନୀ । ସେପଟେ ପୀଡିତାଙ୍କ ମାନସିକ ସ୍ଥିିତି ଠିକ ନଥିବାରୁ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।
ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ୟାଙ୍କ ନାଁ ପ୍ରେମଦୟ ଖାଖା । ଲଜ୍ଜ୍ୟାବୋଧ କରାଇଛି । ଅଧିକାରୀ ଜଣକ ନିଜ ମୃତ ସାଙ୍ଗର ନାବାଳିକା ଝିଅକୁ କରୁଥିଲେ ବାରମ୍ବାର ଦୁଷ୍କର୍ମ । ବାପାର ସାଙ୍ଗ ହୋଇ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥିବା ଏହି ବ୍ୟକ୍ତିଜଣକ ପିଶାଚ ସାଜି ନାବାଳିକା ସହ ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି । ଥରେ କି ଦୁଇ ଥର ନୁହେଁ ୨୦୨୦ରୁ ୨୧ ମସିହା ଧରି ବାରମ୍ବାର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସବୁଠୁ ଆଶ୍ଚର୍ୟ୍ୟର କଥା ହେଉଛି ସ୍ୱାମୀଙ୍କ କାରାନାମା ବିଷୟରେ ଜାଣିବା ପରେ ତାଙ୍କୁ ବିରୋଧ କରିବା ବଦଳରେ ସାହାଯ୍ୟ କରିଥିଲେ ପତ୍ନୀ । ନାବାଳିକା ଗର୍ଭବତୀ ହେବା ପରେ ଔଷଧ ଦେଇ ଗର୍ଭପାତ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ୩ବର୍ଷ ପରେ ଘଟଣା ସାମ୍ନାକୁ ଆସିବା ପରେ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଦିଲ୍ଲୀ ସରକାର । ଏଥିସହ ପୋସ୍କୋ ଆଇନ ଅନୁଯାୟୀ ପୁଲିସ ମାମଲା ରୁଜୁ କରିଛି ।
Powered by Froala Editor