ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଜେଏମଏଫସି କୋର୍ଟରେ ଟାଟା ମୋଟର୍ସ ନିଯୁକ୍ତି ଜାଲିଆତି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ହୋଇଛି। ସ୍ପେଶାଲ କୋର୍ଟ ଶ୍ରୀ ପାଣିଗ୍ରାହୀ, ତାଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଓ ଆକାଶ ପାଠକ(ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ) ନାଁରେ ଚାର୍ଜଫ୍ରେମ୍ କରିଛନ୍ତି ।
ସୂଚନା ଅନୁସାରେ ଭୁବନେଶ୍ୱରର ଜେଏମଏଫସି କୋର୍ଟ ବିଧାୟକ ଶ୍ରୀ ପାଣିଗ୍ରାହୀ, ଆକାଶ ପାଠକ ଓ ସର୍ବେଶ୍ୱର ରାଓଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ୍ ହୋଇଛି । କ୍ରାଇମବ୍ରାଂଚର କେସ୍ ନମ୍ବର ୨୬/୨୦୨୦ ମାମଲାରେ କୋର୍ଟ ଏହି ଚାର୍ଜଫ୍ରେମ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କ୍ରାଇମବ୍ରାଂଚ ଅଭିଯୋଗ ଅନୁସାରେ ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜର ସହଯୋଗୀ ଶ୍ରୀ ରାଓ ଓ ଶ୍ରୀ ପାଠକ ମିଳିତ ଭାବେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବହୁସଂଖ୍ୟକ ଯୁବକଯୁବତୀଙ୍କୁ ଠକି ବହୁ ପରିମାଣର ଅର୍ଥ ତୋଷାରପାତ କରିଛନ୍ତି । ପୁଲିସ ଏହି ମାମଲାରେ ସେମାନଙ୍କୁ ଗିରଫ କରିଥିଲା।
Powered by Froala Editor