ବନ୍ଧୁଙ୍କ ମୃତ୍ୟୁ ପରେ ନାବାଳିକା ଝିଅକୁ କରୁଥିଲେ ବଳାତ୍କାର, ଗିରଫ ହେଲେ ସରକାରୀ ବାବୁ
ସାଙ୍ଗର ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ବରିଷ୍ଠ ଅଧିକାରୀ ପ୍ରେମୋଦୟ ଖାଖାଙ୍କୁ ଗିରଫ କରାଯାଇଛି। ତୁରନ୍ତ ସମ୍ପୃକ୍ତ ଅଫିସରକୁ କାର୍ଯ୍ୟରୁ ବହିଷ୍କୃତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଥିସହ ସ୍ୱାମୀ ନାବାଳିକାଙ୍କୁ ଗର୍ଭବତୀ କରିବା ପରେ ଗର୍ଭପାତ ଔଷଧ ଦେଇଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ଦିଲ୍ଲୀ ପୁଲିସ୍ କହିଛି ଯେ ଏହି ମାମଲାରେ ଆମେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରେମୋଦୟ ଖାଖା(୫୧)। ଦ୍ଵିତୀୟ ଜଣକ ହେଉଛନ୍ତି ତାଙ୍କ ପତ୍ନୀ ସୀମା ରାଣୀ(୫୦)। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ସାଗର ସିଂ ଖାଲସୀ କହିଛନ୍ତି, ‘ଆମେ ସୀମା ରାଣୀଙ୍କୁ ଗିରଫ କରିଛୁ; କାରଣ ସେ ଏହି ଘଟଣା ବିଷୟରେ ଜାଣିଥିଲେ ଏବଂ ପୀଡ଼ିତାଙ୍କ ଗର୍ଭପାତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।’’
ଅଭିଯୁକ୍ତ ପତ୍ନୀଙ୍କ ବିରୁଦ୍ଧରେ ପକ୍ସୋ ଆଇନ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଦିଲ୍ଲୀ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ଅଧିକାରୀ। ତାଙ୍କ ସାଙ୍ଗର ମୃତ୍ୟୁ ଘଟିବା ପରେ ସାଙ୍ଗର ଝିଅକୁ ନିଜ ଘରକୁ ନେଇ ଆସିଥିଲେ। କିନ୍ତୁ ଲାଳନ ପାଳନ କରିବା ପରିବର୍ତ୍ତେ ତା' ସହ ଘଟାଉଥିଲେ ପିଶାଚ କାଣ୍ଡ। ଏଥିରେ ସାଥ୍ ଦେଉଥିଲେ ତାଙ୍କ ପତ୍ନୀ।
ନବମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଜଣକ ଅଧିକାରୀଙ୍କ ଘରେ ନଭେମ୍ବର 2020ରୁ ଜାନୁଆରୀ 2021 ପର୍ଯ୍ୟନ୍ତ ରହିଥିଲେ। ଏହି ସମୟରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ଅଭିଯୁକ୍ତ । ନାବାଳିକା ଜଣକ ମଧ୍ୟ ଥରେ ଗର୍ଭବତୀ ହୋଇଥିଲେ। ଅଧିକାରୀଙ୍କ ପତ୍ନୀ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି।
Powered by Froala Editor