ଦୁର୍ଘଟଣା ଦେଖି ସମ୍ଭାଳି ପାରିଲେନି : ରାସ୍ତା ମରାମତି ପାଇଁ ବ୍ୟାଙ୍କରୁ ଋଣ ନେଲେ ଯୁବକ

ରାସ୍ତାକୁ ନେଇ ପ୍ରତିବାଦ କରିବାର ତରିକା ବିଭିନ୍ନ ପ୍ରକାରର ଅଛି । କେତେବେଳେ ଲୋକେ ରାସ୍ତା ଅବରୋଧ କରି ତ କେତେବେଳେ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଉଛନ୍ତି । ହେଲେ ବାଙ୍ଗାଲୋକରେ ଏକ ଯୁବଗୋଷ୍ଠୀ ରାସ୍ତାର ପ୍ରତିବାଦର ଅଭିନବ ଉପାୟ ଆପଣେଇଛନ୍ତି । ଯାହାକୁ ଦେଖିଲେ ଆପଣ ତାଜୁବ ହୋଇଯିବେ ।
ବେଙ୍ଗାଲୁରୁର ନାଗରିକ ଗୋଷ୍ଠୀ 'ନୋ ଡେଭଲପମେଣ୍ଟ ନୋ ଟ୍ୟାକ୍ସ' ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅଧୀନରେ ଏଠାରେ ସମ୍ପତ୍ତି ଟିକସ ଦେୟକୁ ଅମାନ୍ୟ କରିଛନ୍ତି। କେବଳ ଏତିକି ନୁହେଁ, ଗୋଷ୍ଠୀର ସଦସ୍ୟମାନେ ଏକତ୍ରିତ ହୋଇ ଟଙ୍କା ସଂଗ୍ରହ କରି ହଲନାୟକନହଲ୍ଲୀ, ମୁନେଶ୍ୱର ଲେଆଉଟ୍ ଏବଂ ଚୁଡାସନ୍ଦ୍ର ଠାରେ ୬ କିଲୋମିଟର ରାସ୍ତାରେ ଖାଲଗୁଡ଼ିକର ମରାମତି କାର୍ଯ୍ୟ କରିଛନ୍ତି।
ଗୋଷ୍ଠୀର ପ୍ରତିଷ୍ଠାତା ସଦସ୍ୟ ୩୨ ବର୍ଷିୟ ଟେକ୍ନିକ୍ ବିଶେଷଜ୍ଞ ଆରିଫ୍ ମୁଦଗଲ୍ ଏଥିପାଇଁ ୨.୭ ଲକ୍ଷ ଟଙ୍କା ଋଣ କରିଛନ୍ତି। ସେ କିଛି ଦିନ ପୂର୍ବରୁ ହୋସା ରୋଡ୍ରେ ଦୁଇଟି ଦୁର୍ଘଟଣା ଦେଖିଥିଲେ, ଯାହା ତାଙ୍କୁ ବ୍ୟଥିତ କରିଥିଲା । ତେଣୁ ସେ ଏଭଳି ପନ୍ଥା ଆପଣେଇଛନ୍ତି ବୋଲି କହିଛନ୍ତି ।
Powered by Froala Editor