ଉତ୍ତରକାଶୀରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ୮ ମୃତ
ଗୁଜରାଟରୁ ତୀର୍ଥଯାତ୍ରୀଙ୍କୁ ଧରି ଯାଇଥିବା ଏକ ବସ୍ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ଖାତକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ୨୭ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ସେହିପରି ବସ୍ ତଳେ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କାରେ ସ୍ଥାନୀୟ ଲୋକଙ୍କ ସହ ମିଶି ପ୍ରଶାସନ ସର୍ଚ୍ଚ ଅପରେସନ କରୁଛି।
ବସ୍ଟି ଗଙ୍ଗୋତ୍ରୀରୁ ଫେରୁଥିବା ବେଳେ ଗଙ୍ଗନାନିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁର୍ଘଟଣା ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ସହ କଥା ହୋଇ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବସ୍ଟି ଗୋଟିଏ ଜଙ୍ଗଲ ମଧ୍ୟରେ ପଡ଼ି ରହିଛି। ମୃତାହତମାନେ ମଧ୍ୟ ଏଣେତେଣେ ପଡ଼ି ରହିଛନ୍ତି। ବସ୍ ପାଖରୁ ଉଦ୍ଧାରକାରୀ ଦଳ ସେମାନଙ୍କୁ ବାହାର କରିବାରେ ଲାଗିଛନ୍ତି।
Powered by Froala Editor