ଟ୍ରାଏଲ ବେଳେ ଖସିପଡ଼ିଲା ତାପସ
ଟ୍ରାଏଲ ବେଳେ ଡିଫେନ୍ସ ରିସର୍ଚ୍ଚ ଓ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ତିଆରି କରିଥିବା ଗୋଟିଏ ଡ୍ରୋନ କ୍ରାଶ ହୋଇଯାଇଛି। ଡିଆରଡିଓର ମାନବ ବିହୀନ ବିମାନ ଯାନ ଅର୍ଥାତ୍ ୟୁଏଭି ଏକ ଟ୍ରାଏଲ ଉଡାଣରେ ଥିଲା କିନ୍ତୁ ବୈଷୟିକ ତ୍ରୁଟି ହେତୁ ଏହା ରବିବାର ସକାଳେ କର୍ନାଟକର ଚିତ୍ରାଦୁରଗା ଜିଲାର ଏକ ଗାଁରେ ପଡିଯାଇଥିଲା। ତାପସ ନାମକ ଏହି ଡ୍ରୋନଟି କେମିତି ଉଡ଼ାଣ କରୁଛି, ତା’ର ପରୀକ୍ଷା ଚାଲିଥିବା ବେଳେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଛି।
ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ଏକ ପରୀକ୍ଷଣ ସମୟରେ ଡିଆରଡିଓର ତାପସ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଆରଡିଓ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏହା ଜଣାଇଛି ଏବଂ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ଏଥି ସହିତ ଡ୍ରୋନ ଦୁର୍ଘଟଣାର ଖବର ଆସିବା ମାତ୍ରେ ସ୍ଥାନୀୟ ଲୋକଙ୍କ ଦୁର୍ଘଟଣାସ୍ଥଳରେ ଭିଡ ହୋଇଥିଲା।
Powered by Froala Editor