ଜହ୍ନରେ ଜାଁଳା ଭାଣେଜୀଙ୍କ ପାଇଁ ମାମୁଁ କିଣିଲେ ଜାଗା
ସୁରଟ: ଭାଣେଜୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ମାମୁଁ। ଏଭଳି ଏକ ନିଆରା ଘଟଣା ଘଟିଛି ସୁରଟର ସରଥାଣାରେ। ଏଠାରେ ରହୁଥିବା ବ୍ରିଜେଶଭାଇ ବେକାରିଆ ନିଜର ଦୁଇ ଜାଁଳା ଭାଣେଜୀଙ୍କ ପାଇଁ ଜହ୍ନରେ ଏକ ଏକର ଜାଗା କିଣିଛନ୍ତି। ଏଭଳି କରି ଭାଣେଜୀଙ୍କ ଜନ୍ମକୁ ସବୁଦିନ ଲାଗି ସ୍ମରଣୀୟ କରିଛନ୍ତି।
ବେକାରିଆ ଡିଜିଟାଲ ମାର୍କେଟିଂ କରନ୍ତି। ତାଙ୍କ ଭଉଣୀ ଦୟାଙ୍କୁ ଦୁଇ କନ୍ୟା ସନ୍ତାନ ପ୍ରାପ୍ତ ହୋଇଛି। ଏଥିଯୋଗୁ ପରିବାରର ଖୁସି ଦ୍ୱିଗୁଣିତ ହୋଇଛି। ଏହି ଖୁସିକୁ ବଢ଼ାଇବା ଲାଗି ମାମୁ ବେକାରିଆ ଆମେରିକାର ଲୁନାଲ ଲେଡର୍ସ ନାମକ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏପରିକି ଜହ୍ନରେ ଜାଗା କିଣିବାକୁ ଇଚ୍ଛୁକ ଥିବା କହିଥିଲେ। ଉକ୍ତ ଆବେଦନକୁ ଶନିବାର ମଞ୍ଜୁରୀ ମିଳିଛି।
ନିଜର ଏଭଳି ଯୋଜନା ବିଷୟରେ ସେ କୁହନ୍ତି,ଜହ୍ନକୁ ଲୋକେ ମାମୁ କୁହନ୍ତି। ହେଲେ ମୁଁ ଯେତେବେଳେ ନିଜେ ମାମୁ ହୋଇଗଲି ସେତେବେଳେ ନିଜର ଭାଣେଜୀଙ୍କୁ କିଛି ସ୍ବତନ୍ତ୍ର ଦେବାକୁ ଚିନ୍ତା କରିଥିଲି। ଜହ୍ନରେ ଜାଗା କିଣିହେବ ବୋଲି ଶୁଣିବା ପରେ ତାହା ହିଁ କରିଥିଲି ବୋଲି ସେ କହିଛନ୍ତି।
Powered by Froala Editor