ବାୟଜୁସ୍ ରେ ପୁଣି ଛଟେଇ, ୪୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରୀ ଛାଡିବାକୁ କୁହାଗଲା

ବାୟଜୁସ୍ ପୁଣି ଥରେ କର୍ମଚାରୀ ଛଟେଇ କରିଛି। ମେଣ୍ଟରିଂ ଆଣ୍ଡ ପ୍ରଡକ୍ଟ ଏକ୍ସପର୍ଟ ଡିଭିଜନରେ କାର୍ଯ୍ୟ କରୁଥିବା ୪୦୦ରୁ ଅଧିକ କର୍ମଚାରୀ ଛଟେଇ ହୋଇଛନ୍ତି। ଏହି କମ୍ପାନୀ କିଛି ସମୟ ହେଲା ସମସ୍ୟା ଦେଇ ଗତି କରୁଛି। ତେବେ କମ୍ପାନୀ ସ୍ୱୀକାର କରିଛି ଯେ ପିରିୟୋଡିକ ପରଫର୍ମେନ୍ସ ପରେ କର୍ମଚାରୀଙ୍କୁ ଚାକିରୀ ଛାଡିବାକୁ କୁହାଯାଇଛି। ହେଲେ କେତେ ସଂଖ୍ୟକ କର୍ମଚାରୀଙ୍କୁ ଏଥିରେ ଚାକିରୀ ଛାଡିବାକୁ କୁହାଯାଇଥିଲା ସେ ନେଇ କମ୍ପାନୀ ସଠିକ କିଛି କହି ନାହାନ୍ତି। ସେହି ଅନୁସାରେ କର୍ମଚାରୀଙ୍କୁ ଅଗଷ୍ଟ ୧୭ ତାରିଖ ସୁଦ୍ଧା ସେମାନଙ୍କର ଇସ୍ତଫା ଦେଇଦେବାକୁ କୁହାଯାଇଥିଲା।
ସୂଚନା ଅନୁସାରେ କମ୍ପାନୀ କର୍ମଚାରୀଙ୍କୁ ସ୍ୱେଚ୍ଛାରେ ଚାକିରୀ ଛାଡିବା ଲାଗି କହିଥିଲା। ଏଥି ପାଇଁ କର୍ମଚାରୀଙ୍କୁ ଫାଇନାଲ ସେଟେଲମେଣ୍ଟ ରୂପେ ଅଗଷ୍ଟ ଓ ସେପ୍ଟେମ୍ବରର ବେତନ ଅଫର କରାଯାଇଛି। ତେବେ ଏଥିରେ ଯେଉଁ କର୍ମଚାରୀ କମ୍ପାନୀର ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ ସେମାନଙ୍କୁ ତୁରନ୍ତ ଚାକିରୀରୁ ବରଖାସ୍ତ କରାଯାଇଥିଲା।
Powered by Froala Editor