ଯାଆଁଳା ଭାଣିଜୀଙ୍କ ପାଇଁ ଜହ୍ନରେ ଜାଗା କିଣିଲା ମାମୁଁ
ଝିଅ ଜନ୍ମ ହେଲେ ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ ମୁହଁ ବୁଲାଇ ନେଉଛନ୍ତି । ହେଲେ ବିହାରର ଜଣେ ବ୍ୟକ୍ତି ନିଜ ଯାଆଁଳା ଜାଣିଜୀ ଜନ୍ମ ହେବା ଖୁସିରେ ଜହ୍ନରେ ଜାଗା କିଣିଛନ୍ତି ।
ସୁରଟର ସରଥାଣାରେ ରହୁଥିବା ବ୍ରିଜେଶଭାଇ ବେକାରିଆ ଦୁଇ ଯାଆଁଳା ଜାଣିଜୀଙ୍କ ପାଇଁ ଜହ୍ନରେ ଏକ ଏକର ଜାଗା କିଣିଛନ୍ତି। ବେକାରିଆ ଡିଜିଟାଲ ମାର୍କେଟିଂ କରନ୍ତି। ତାଙ୍କ ଭଉଣୀ ଦୟାଙ୍କୁ ଦୁଇ କନ୍ୟା ସନ୍ତାନ ପ୍ରାପ୍ତ ହୋଇଛି। ଏଥିଯୋଗୁ ପରିବାରର ଖୁସି ଦ୍ୱିଗୁଣିତ ହୋଇଛି। ଏହି ଖୁସିକୁ ବଢ଼ାଇବା ଲାଗି ମାମୁ ବେକାରିଆ ଆମେରିକାର ଲୁନାଲ ଲେଡର୍ସ ନାମକ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏପରିକି ଜହ୍ନରେ ଜାଗା କିଣିବାକୁ ଇଚ୍ଛୁକ ଥିବା କହିଥିଲେ। ଉକ୍ତ ଆବେଦନକୁ ଶନିବାର ମଞ୍ଜୁରୀ ମିଳିଛି।
ଏ ଖବର ପ୍ରସାରିତ ହେବା ପରେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଭାଣିଜୀଙ୍କ ପାଇଁ ଥିବା ମାମୁଁର ପ୍ରେମ ଆଗରେ ସବୁକିଛି ତୁଚ୍ଛ ବୋଲି କହିଛନ୍ତି ।
Powered by Froala Editor