ଗଭୀର ଖାଇରେ ଖସିଲା ସେନା ଟ୍ରକ୍, ୯ ସହିଦ
ଲଦାଖରେ ଭାରତୀୟ ସେନାର ଏକ ଗାଡି ଗଭୀର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଜୁନିୟର କମିଶନ୍ଡ ଅଫିସର ଅଛନ୍ତି । ଲଦାଖର କ୍ୟାରି ସହରଠାରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣାରେ ଆଉ କିଛି ଯବାନ ଆହତ ହୋଇଥିବା ଖବର ମିଳିଛି।
ଅପରାହ୍ନ ପ୍ରାୟ ୫ଟା ବେଳେ ସେନାର ମୋଟ ୫ଟି ଗାଡ଼ି ସାଙ୍ଗ ହୋଇ ଯାଉଥିଲା । ଗୋଟିଏ ଏସୟୁଭି, ଟ୍ରକ୍ ଓ ଆମ୍ବୁଲାନ୍ସ ସମେତ ୩ଟି ଗାଡ଼ିରେ ମୋଟ ୩୪ ଜଣ ଯବାନଙ୍କୁ ନେଇ ଗଠିତ ଏକ ରେକି ପାର୍ଟି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଲେହ କ୍ୟାରି ନିକଟରେ ୧୦ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ଟ୍ରକ୍ ରାସ୍ତାରୁ ଖସି ନଦୀରେ ପଡ଼ି ଯାଇଥିଲା । ଏଥିରେ ୯ ଜଣ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସେନାର ବରିଷ୍ଠ ଅଧିକାରୀ ଓ ସେନାର ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ।
Powered by Froala Editor