ଚନ୍ଦ୍ରପୃଷ୍ଠକୁ ନିକଟତର ହେଲାଣି ଚନ୍ଦ୍ରାୟାନ-୩, ପଠାଇଲା ନୂଆ ଭିଡିଓ
ଚନ୍ଦ୍ରର ନିକଟତର ହୋଇଛି ଚନ୍ଦ୍ରାୟାନ-୩। ନିକଟତର ହେବା ପରେ ଚନ୍ଦ୍ରପୃଷ୍ଠର ଏକ ନୂଆ ଭିଡିଓ ପଠାଇଛି । ଏହି ଭିଡିଓଟି ଗତ ଅଗଷ୍ଟ ୧୫ରେ ଉଠାଯାଇଥିଲା । ଚନ୍ଦ୍ରଯାନ-୩ରେ ଲାଗିଥିବା ଲାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା (ଏଲପିଡିସି) ଏହି ଭିଡିଓ ଉଠାଇଥିବା ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟାନର ଅବତରଣ ପରେ ଇତିହାସ ରଚିବ ଭାରତ। ଏବେ ଆମେ ଚନ୍ଦ୍ର ଠାରୁ ୧୧୩ କିମି x ୧୫୭କିମି ଦୂରରେ ଅଛୁ। ଗୁରୁବାର ପ୍ରପୁଲସନ ମଡ୍ୟୁଲରେ ବିକ୍ରମ ଲ୍ୟାଣ୍ଡର ଅଲଗା ହୋଇଛନ୍ତି। ଚନ୍ଦ୍ରଯାନ-୩ର ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେବା ପରେ ଲ୍ୟାଣ୍ଡର (ବିକ୍ରମ ଲ୍ୟାଣ୍ଡର) ନିଜେ ଆଗକୁ ବଢ଼ୁଛି । ଶୁକ୍ରବାର ଲ୍ୟାଣ୍ଡର ମଡ୍ୟୁଲ୍ ଡିବଷ୍ଟିଂ ଦେଇ ଚନ୍ଦ୍ରର ସାମାନ୍ୟ ନିମ୍ନ କକ୍ଷପଥରେ ପହଞ୍ଚିଥିଲା । ଲ୍ୟାଣ୍ଡର ମଡ୍ୟୁଲ (ଏଲ୍ଏମ୍) ଭଲ ଅବସ୍ଥାରେ ଅଛି ବୋଲି ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି। ତେବେ ବିକ୍ରମ ଲ୍ୟାଣ୍ଡର ଅଲଗା ହେବା ପରେ ଲ୍ୟାଣ୍ଡର ଇମେଜର୍ କ୍ୟାମେରା ଚନ୍ଦ୍ରର ଏକ ଫଟୋ କଏଦ କରିଛି। ଏନେଇ ଇସ୍ରୋ ଏହାର ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛି।
Powered by Froala Editor