ଭୋର୍ରୁ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ବିହାରର ଅରରିୟାରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ସକାଳୁ ସକାଳୁ ଗୁଳି କରି ହତ୍ୟା କରାଯାଇଛି। ନିହତ ସାମ୍ବାଦିକ ହେଉଛନ୍ତି ‘ଦୈନିକ ଜାଗରଣ’ରେ କାମ କରୁଥିବା ୩୫ ବର୍ଷୀୟ ବିମଳ ଯାଦବ। ରାଣୀଗଞ୍ଜସ୍ଥିତ ବାସଭବନରେ ୪ଜଣ ବ୍ୟକ୍ତି ପ୍ରବେଶ କରି ତାଙ୍କ ଛାତିକୁ ଗୁଳି ମାରିଲେ। ଘଟଣାସ୍ଥଳରେ ହିଁ ଯାଦବଙ୍କର ମୃତ୍ୟୁ ଘଟିଲା।
ରିପୋର୍ଟ ଅନୁସାରେ, ଭୋର ପ୍ରାୟ ୫.୩୦ରେ ୪ଜଣ ବ୍ୟକ୍ତି ଆସି ସାମ୍ବାଦିକ ଯାଦବଙ୍କ କବାଟ ଠକ ଠକ କରିଥିଲେ। ସେ କବାଟ ଖୋଲି ବାହାରକୁ ଆସିବାରୁ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
କରିବା ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ରାଣୀଗଞ୍ଜ ବଜାର ଅଞ୍ଚଳରେ ଘଟିଥିବା ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ହତ୍ୟା ଘଟଣାକୁ ଦୁଃଖଦ କହିଛନ୍ତି। ଏଥିସହ ହତ୍ୟା ସମ୍ପର୍କରେ ଶୁଣିବା ମାତ୍ରେ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ପଡ଼ୋଶୀଙ୍କ ସହ ବିମଳଙ୍କର ପୁରୁଣା ଶତ୍ରୁତା ଥିଲା। ତେଣୁ ହତ୍ୟା ପଛରେ ଏହା ଗୋଟିଏ କାରଣ ହୋଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ୨ ବର୍ଷ ତଳେ ବିମଳଙ୍କ ସାନ ଭାଇ କୁମାର ଶଶିଭୂଷଣ ଓରଫ ଗାବ୍ବୁଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ସେ ଗାଁର ସରପଞ୍ଚ ଥିଲେ। ବିମଳ ଏହି ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ। ତେବେ କୋର୍ଟରେ ଏଯାଏ ତାଙ୍କ ବୟାନ ରେକର୍ଡ କରାଯାଇ ନଥିଲା। ସେହିପରି ତାଙ୍କୁ ନିୟମିତ ଧମକ ମଧ୍ୟ ମିଳୁଥିବା ସେ ଅଭିଯୋଗ କରିଥିଲେ। ଏହି କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ବି କୁହାଯାଉଛି।
Powered by Froala Editor