ଏହି ସହରରେ ଖୋଲିଲା ଦେଶର ପ୍ରଥମ ୩-ଡି ପ୍ରିଣ୍ଟେଡ୍ ଡାକଘର
ମାତ୍ର ୪୫ ଦିନ ମଧ୍ୟରେ ବେଙ୍ଗାଲୁରୁରେ ଭାରତର ପ୍ରଥମ ଥ୍ରୀଡି (୩-ଡି) ପ୍ରିଣ୍ଟେଡ୍ ଡାକଘର ଖୋଲିଛି। ଏହାକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଛନ୍ତି। ଏହାକୁ ପାରମ୍ପରିକ ଉପାୟରେ ତିଆରି କରିବାକୁ ପ୍ରାୟ ୬ରୁ ୮ ମାସ ସମୟ ଲାଗିଥାନ୍ତା। କିନ୍ତୁ ୪୫ ଦିନରେ ପୋଷ୍ଟ ଅଫିସ ଖୋଲିଛି । ଯାହା ନୂଆ ଟେକ୍ନୋଲୋଜିକୁ ସୂଚାଉଛି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡାକଘରକୁ ଉଦଘାଟନ କରି କହିଛନ୍ତି, ବିକାଶର ଭାବନା, ନିଜର ଜ୍ଞାନକୌଶଳ ବିକଶିତ କରିବାର ଭାବନା, ପୂର୍ବ କାଳରେ ଅସମ୍ଭବ ମନେ କରାଯାଉଥିବା କିଛି କାମ କରିବାର ଭାବନା। ଏହା ହେଉଛି ସମୟର ନିର୍ଣ୍ଣାୟକ ବୈଶିଷ୍ଟ୍ୟ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଷ୍ଟ ଅଫିସର ଫଟୋ ସେୟାର କରି ଲେଖିଛନ୍ତି, ‘ଏହି ପୋଷ୍ଟ ଅଫିସ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ। ଏହା ଆମ ଦେଶର ଉଦ୍ଭାବନ ଓ ପ୍ରଗତିର ପ୍ରମାଣ, ଏହା ଆତ୍ମନିର୍ଭର ଭାରତର ଭାବନାର ପ୍ରତୀକ।
Powered by Froala Editor