ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି
ଚଳିତ ବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନ ଏଥିପାଇଁ ଏଯାଏ ତାରିଖ ଘୋଷଣା କରି ନାହାନ୍ତି। କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି।
ଦଳ ପକ୍ଷରୁ ମଧ୍ୟପ୍ରଦେଶର ୩୯ଟି ଏବଂ ଛତିଶଗଡ଼ର ୨୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଜାଣିବା ଓ ନିର୍ବାଚନ ପୂର୍ବରୁ ଏହାକୁ ସମାଧାନ କରିବା ଲକ୍ଷ୍ୟରେ ବିଜେପି ନେତୃବୃନ୍ଦ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ଜଣାପଡ଼ିଛି।
ବୁଧବାର ଦିଲ୍ଲୀରେ ବିଜେପି ସଭାପତି ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ ବସିଥିଲା। ଏହି ବୈଠକରେ ପ୍ରଥମ ଦଫା ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ସଦସ୍ୟ ଅଛନ୍ତି ।
କିଛି ଦିନ ପୂର୍ବେ ବିଏସପି ପକ୍ଷରୁ ମଧ୍ୟ ପ୍ରଦେଶର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ବିଏସପି ପରେ ଏବେ ବିଜେପି ମଧ୍ୟ ନିର୍ବାଚନ ମୋଡକୁ ଆସିଛି ।
Powered by Froala Editor