ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ସକାଳୁ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି।ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନ ସମୟରେ ଚକ ଅଖ ପୂରା ବନ୍ଦ ହୋଇ ଯାଇଥିବା ବେଳେ ଦୋକାନ ବଜାରର ସଟର୍ ଖୋଲା ଯାଇନି ।ଆନ୍ଦୋଳନ ଯୋଗୁଁ ଟିଟିଲାଗଡ଼ରୁ ବଲାଙ୍ଗିର, ଖଡ଼ିଆଳ, କେସିଙ୍ଗାକୁ ଗାଡ଼ି ଚଳାଚଳ ବନ୍ଦ ଅଛି। ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବହୁ ସଂଖ୍ୟାରେ ପୁଲିସ୍ ମୁତୟନ ହୋଇଛନ୍ତି।
Powered by Froala Editor