ଭାସିଯାଇଥିବା ୨ କାଉଡିଆଙ୍କ ମୃତଦେହ ଉଦ୍ଧାର

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ସାଳନ୍ଦୀ ନଦୀରେ ଭାସି ଯାଇଥିବା ୨ କାଉଡିଆଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟଜଣଙ୍କର ଅଦ୍ୟାବଧି ମିଳିନାହିଁ। ପରିଚୟ ମିଳିଥିବା ଯୁବକଙ୍କ ନାମ ସୋମ ମହାକୁଡ। ସୂଚନା ଅନୁସାରେ, ଗତକାଲି ଖଇରା ବ୍ଲକ ବଡ଼ଜୟପୁର ଗାଁର ୧୮ଜଣ କାଉଡିଆ ସାଳନ୍ଦୀ ନଦୀରୁ ପାଣି ଉଠାଇବାକୁ ଆସିଥିଲେ। ଏହି ସମୟରେ ସୋମ ସହ ତାଙ୍କର ଦୁଇ ସାଙ୍ଗ ପାଣିରେ ବୁଡିଯାଇଥିଲେ। ଆଜି ସକାଳେ ୨ ମୃତଦେହ ଉଦ୍ଧାର କରଯାଇଥିବା ସୂଚନା ମିଳିଛି। ସୋମଙ୍କ ମୃତଦେହ ଆଜି ସକାଳେ ମିଳିବା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।
Powered by Froala Editor