ଝିଅର ଚିତାକୁ ଡେଇଁଲା ବାପା

ଝିଅର ଚିତାକୁ ଡେଇଁଲା ବାପା । ଝିଅ ମୃତ୍ୟୁକୁ ସହିନପାରି ଏପରି ଚରମ ନିଷ୍ପତ୍ତି ନେଇଗଲା । ଏ ଦୁଃଖଦ ଘଟଣା ଘଟଣା ରାଜସ୍ଥାନର ଭିଲୱାରା ଠାରେ ଦେଖିବାକୁ ମିଳିଛି।
୧୪ ବର୍ଷୀୟ ଝିଅଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ କୋଇଲା ଭାଟିରେ ପୋଡ଼ି ଦିଆଯାଇଥିଲା। ଅଗଷ୍ଟ ୨ରେ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହର କିଛି ଅଂଶ ନିକଟସ୍ଥ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଆଉ କିଛି ଶରୀରର ଅଂଶ କୋଇଲା ଭାଟିରୁ ମଧ୍ୟ ମିଳିଥିଲା। ପୁଲିସ୍ ଏହାକୁ ଜବତ କରି ତଦନ୍ତ କରୁଥିବା ବେଳେ ଅର୍ଦ୍ଧଦଗ୍ଧ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିଲା। ଝିଅର ମୃତଦେହ ଆଖି ସାମ୍ନାରେ ଜଳୁଥିବା ବେଳେ ଏହାକୁ କିଛି ଦୂରରେ ଛିଡ଼ା ହୋଇ ଦେଖୁଥିଲେ ବାପା। ହଠାତ ଦୌଡ଼ି ଯାଇ ଝିଅର ଜୁଇକୁ ଡେଇଁ ପଡ଼ିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ବିପଦ ମୁକ୍ତ ଅଛନ୍ତି।
ଅନ୍ୟପକ୍ଷରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ୍ ୫ ଜଣଙ୍କୁ ଇତି ମଧ୍ୟରେ ଗିରଫ କରିଛି।
Powered by Froala Editor