ଡେଙ୍ଗୁରେ ହରାଇଲେ ଆଉ ଜଣେ ଜୀବନ
ଭୁବନେଶ୍ୱର: ଡେଙ୍ଗୁ ନେଲା ଆଉ ଜଣଙ୍କ ଜୀବନ । ଚିକିତ୍ସାରେ ଅବହେଳା ପାଇଁ ପ୍ରାଣ ହରାଇଲେ ଜଣେ ଗରିବ ମେଧାବୀ ଛାତ୍ର ଅକ୍ଲାନ୍ତ ମଲ୍ଲିକ । ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ୧୯ ବର୍ଷର ଛାତ୍ର ଅକ୍ଲାନ୍ତ ମଲ୍ଲିକଙ୍କ ଜୀବନ ଯାଇଛି । ଡେଙ୍ଗୁରେ ବର୍ତ୍ତମାନ ସୁଦ୍ଧା ୫ ରୋଗୀଙ୍କ ଜୀବନ ଗଲାଣି।
ମାଆ ମିଲି ମିଲ୍ଲିକ ଘର ଘର ବୁଲି ବାସନ ମାଜି ପୁଅକୁ ପାଠ ପଢ଼ାଉଥିଲେ । କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳରୁ ଆସି ୱାର୍ଡ ନମ୍ବର ୪୫ ଚିନ୍ତାମଣିଶ୍ୱରରେ ରହି ଗୁଜୁରାଣ ମେଣ୍ଟାଉଥିଲେ । ପିତା ଶ୍ରମିକ କାର୍ୟ୍ୟ କରୁଥିଲେ ।
ଚିକିତ୍ସାରେ ଅବହେଳା ପାଇଁ ଅକ୍ଲାନ୍ତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛି । ମିଳିଥିବା ସୂଚନା ଅନୁଯାୟୀ ୩ରୁ ୬ ତାରିଖ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ଦୌଡ଼ି ଦୌଡ଼ି ଛଟପଟ ହୋଇଥିଲେ । ଅକ୍ଲାନ୍ତଙ୍କୁ ୩ ତାରିଖରେ ଭୀଷଣ ଜ୍ୱର ହୋଇଥିଲା । ସେ ରାତି ୨ଟାରେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ହେଲେ ହସ୍ପିଟାଲରେ ଜରୁରିକାଳୀନ ସେବା ଯୋଗାଉଥିବା ଡାକ୍ତର ଖାଲି ଔଷଧ ଲେଖି ଛାଡ଼ି ଦେଇଥିଲେ । ଆଉ ରାତିରେ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ ।
ଏହାପରେ ପୁଣି ଆଉ ଥରେ ୪ ତାରିଖରେ ହସ୍ପିଟାଲ ଆସି ଓପିଡିରେ ଦେଖାଇଥିଲେ । ସେଠାରେ ମଧ୍ୟ ଆଡିମିସନ୍ ନକରି ଡେଙ୍ଗୁ ଟେଷ୍ଟ କରିବା ପାଇଁ କହି ଫେରାଇଥିଲେ । ଶେଷରେ ଦେହ ଭଲ ନହେବାରୁ ପୁଣି ୫ ତାରିଖରେ ମଧ୍ୟ ଆସିଥିଲେ । ହେଲେ ସେତେବେଳେ ୱାର୍ଡରେ ବେଡ୍ ନାହିଁ କହି ଏମ୍ସକୁ ରେଫର କରିଥିଲେ । ଏମ୍ସରେ ମଧ୍ୟ ୬ ତାରିଖରେ ଅକ୍ଲାନ୍ତ ୩ ଘଣ୍ଟା ଜରୁରିକାଳୀନ ୱାର୍ଡରେ ପଡ଼ିରହିଥିଲେ । ଯଦି ଆଇସିୟୁକୁ ନେଇ ଯାଇଥାନ୍ତେ, ତାହେଲେ ଅକ୍ଲାନ୍ତ ବଞ୍ଚିଯାଇପାରିଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି । ଶେଷରେ ପ୍ରାଣ ହରାଇଥିଲେ ଅକ୍ଲାନ୍ତ ।
Powered by Froala Editor