ବିନ୍ଦି ସହ ମାନୁଛି ଗ୍ରୀନ୍ ଆଉଟ୍ଫିଟ୍
‘ଭୋଗ’ ମାଗାଜିନର କଭର ପେଜରେ ନ୍ୟୁ ଲୁକ୍ ଦେଇଛନ୍ତି ସାରା । ଏଥିରେ ସେ ଗ୍ରୀନ ଆଉଟଫିଟରେ ବିନ୍ଦି ଲଗାଇଥିବା ଦେଖାଯାଇଛି। ଅଭିନେତ୍ରୀଙ୍କ ଏହି ଲୁକକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି। ଆଉ କେତେଜଣ ସାରାଙ୍କ ଏହି ଲୁକକୁ ଦେଖି ତାଙ୍କୁ ଟ୍ରୋଲ ବି କରିଛନ୍ତି।
ସାରା ଅଲି ଖାଁ ନିକଟରେ 'ଭୋଗ ଇଣ୍ଡିଆ'ର କଭର ପେଜ ପାଇଁ ଫଟୋଶୁଟ କରିଥିଲେ। ଏହାର ଏକ ଫଟୋ ସେ ଶେୟାର କରିଥିଲେ, ଯେଉଁଥିରେ ସେ ଗ୍ରୀନ କଲର ଡିଜାଇନର ଡ୍ରେସରେ ପୋଜ ଦେଉଥିବା ଦେଖାଯାଇଥିଲା। ଫଟୋରେ ତାଙ୍କ ମଥାରେ ବିନ୍ଦି ଲାଗିଥିବା ଦେଖାଯାଇଥିଲା। ଏହି ଫଟୋକୁ ଭୋଗ ତା'ର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛି।
ଏହାକୁ ଦେଖି ଜଣେ ୟୁଜର କମେଣ୍ଟ କରିଛନ୍ତି, 'ଜବ ଟିଚର ଆପକୋ ପନିଶମେଣ୍ଟ ଦେତି ହୈ'। ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି, 'ତାଲ ମେ ଐଶ୍ୱର୍ଯ୍ୟା'। ଜଣେ ଫ୍ୟାନ ଲେଖିଛନ୍ତି, 'ବେଷ୍ଟ କଭର', ଆଉ ଜଣେ ଲେଖିଛନ୍ତି, 'ଇତନି ଖୁବସୁରତ କୋଇ କୈସେ ହୋ ସକତି ହୈ'।
Powered by Froala Editor