ଖସିପଡିଲା ଗର୍ଡର ଲଞ୍ଚିଂ ମେସିନ୍ , ୧୭ ମୃତ
ପୁଣେ: ମହାରାଷ୍ଟ୍ରର ଥାନେରେ ଆଜି ସକାଳୁ ଏକ ବଡ ଦୁର୍ଘଟଣା ହୋଇଛି | ବ୍ରିଜ ନିର୍ମାଣ ସମୟରେ କ୍ରେନ ଏବଂ ସ୍ଲାବ ଖସିପଡ଼ିବାରୁ ଦୁର୍ଘଟଣା ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଛି | ମହାରାଷ୍ଟ୍ର ଥାନେର ଶାହପୁର ନିକଟରେ ଏକ ଗର୍ଡର ଲଞ୍ଚିଂ ମେସିନ୍ ଖସିପଡିବା ପରେ ଏହା ତଳେ ଚାପି ହୋଇ କାମ କରୁଥିବା ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି |
ସୂଚନା ଅନୁଯାୟୀ, ସମୃଦ୍ଧି ଏକ୍ସପ୍ରେସ ରାଜପଥରେ ଏହି ମେସିନ୍ ବ୍ୟବହାର କରାଯାଉଥିଲା। ଏହି ଦୁର୍ଘଟଣାରେ ବହୁତ ଲୋକ ଆହତ ହୋଇଥିବାର ମଧ୍ୟ ସୂଚନା ରହିଛି। ଅନେକ ଲୋକ ଏବେ ମଧ୍ୟ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି |
Powered by Froala Editor