କାଳବୈଶାଖୀ ପ୍ରଭାବ: କଣ୍ଟାବାଞ୍ଜି ୪୨ ନମ୍ବର ରାଜପଥ ରାସ୍ତା ବନ୍ଦ
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିଯିବାରୁ ରାସ୍ତା ଉପରେ ବଡ଼ ବଡ଼ ଗଛ ପଡିରହିଛି। ବିଦ୍ୟୁତ ସେବା ଠପ ସହ ରାସ୍ତା ଜାମ ହେବାରୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ବଙ୍ଗୋମୁଣ୍ଡା ପୁରୁଣା ମଦଭାଟି ଥିବା ରାସ୍ତା ଉପରେ ଏକ ବଡ ଗଛ ପବନରେ ପଡିଯାଇଥିବା ଯୋଗୁଁ ବଙ୍ଗୋମୁଣ୍ଡାରୁ କଣ୍ଟାବାଞ୍ଜି ରାସ୍ତା ୪୨ ନମ୍ବର ରାଜ୍ୟ ରାଜପଥ ଓ ବଙ୍ଗୋମୁଣ୍ଡା ଖରିଆଡ଼ ଏନଏଚ-୫୯ ଜାତୀୟ ରାଜପଥ ଯିବା ଆସିବା ଠପ୍ ପଡ଼ି ଯାଇଛି। ଜୋର ପବନ ବହିବା ସହ ବର୍ଷା ହେବା ଯୋଗୁଁ ଅନେକ ଲୋକଙ୍କ ଘରକୁ ବର୍ଷା ପାଣି ପଶିଥିବା ମଧ୍ୟ ଦେଖାଯାଇଛି । ଅନେକ ଲୋକଙ୍କ ଘର ଉପରେ ମଧ୍ୟ ଗଛ ପଡିଥିବା ଦେଖାଯାଇଥିଲା । ବଙ୍ଗୋମୁଣ୍ଡା ଦମକଳ କର୍ମଚାରୀ ପହଞ୍ଚି ରାସ୍ତା ଉପରେ ଗଛ ହଟାଇବା ଆରମ୍ଭ କରିଛନ୍ତି ।
Powered by Froala Editor