ତକିଆରେ ଚାପି ୨ ଶିଶୁଙ୍କୁ ମାରିଦେଲା ମା’
ନୂଆଦିଲ୍ଲୀ: ଜଣେ ମହିଳା ନିଜ ଯାଆଁଳା ସନ୍ତାନଙ୍କୁ ତକିଆ ଚିପି ହତ୍ୟା କରିଛନ୍ତି। ହରିୟାଣାର ଦନୌଦା ଖୁର୍ଦ ଗାଁର ଜଣେ ମହିଳାଙ୍କର ନିଜ ସ୍ୱାମୀଙ୍କ ସହ ସର୍ମ୍ପ ଭଲ ନ ଥିଲା। ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଏହାକୁ ନେଇ ମାନସିକ ଚାପରେ ରହୁଥିବା ମହିଳା ଘଟଣା ଦିନ ବେଡରେ ଶୋଇଥିବା ନିଜ ଯାଆଁଳା ଛୁଆଙ୍କ ମୁହଁକୁ ତକିଆରେ ଚାପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହି ଉଭୟଙ୍କ ମୃତ୍ୟୁ ହୋଇଥିଲା।ଏହାପରେ ମହିଳାଜଣକ ନିଜ ଘର ପାଖରେ ୪ ଫୁଟର ଗାତ ଖୋଲି ୨ ଶିଶୁଙ୍କୁ ପୋତି ଦେଇଥିଲେ। ପରିବାର ଲୋକେ ପିଲାଙ୍କୁ ନ ପାଇ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ୍ ବହୁ ଖୋଜାଖୋଜି ପରେ ଘର ପାଖ ଗାତରୁ ଛୁଆଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମହିଳାଙ୍କୁ ପଚରାଉଚରା କରିବାରୁ ସେ ସବୁ ସତ ମାନି ଯାଇଥିଲେ। ଏହାପରେ ପୁଲିସ୍ ତାଙ୍କୁ ବାନ୍ଧିଛି।
Powered by Froala Editor